ବାହୁଡା ଯାତ୍ରା ପାଇଁ ଚାଲିବ ଏହି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ କେଉଁ ଅଞ୍ଚଳ ଦେଇ ଯିବ ଟ୍ରେନ ?

ପୁରୀ: ଆସନ୍ତା ବାହୁଡା ଯାତ୍ରାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି | ତେବେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅନୁରୋଧ ପରେ ବାରିପଦା-ପୁରୀ ମଧ୍ୟରେ ଆଉ ଏକ ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି | ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଧନ୍ୟବାଦ ଜଣାଇଛନ୍ତି |

Image courtesy: indiatoday.in

ବାହୁଡା ପାଇଁ ଚାଲିବାକୁ ଥିବା ଏହି ଟ୍ରେନ ଭଂଜପୁରରୁ ଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ବେତନଟୀ, ବାରିପଦା, ରୁପ୍ସା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର-କେଉଁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ରେ ରହିବ |

ପୂର୍ବରୁ ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରୁ ଜୁଲାଇ ୧୩ ତାରିଖ ମଧ୍ୟରେ ୧୯୪ଟି ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏକ ଆପ ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା | ସେହିପରି ଯାତ୍ରୀଙ୍କୁ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡିବ ସେଥିପାଇଁ ୬୦ଟି ନୂଆ ରେଲୱେ ଟିକେଟ ବୁକିଂ କାଉଣ୍ଟର ମଧ୍ୟ ଖୋଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା |

ସମ୍ବନ୍ଧିତ ଖବର