ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ନୂଆ କୁଳସଚିବ

ଭୁବନେଶ୍ବର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂଆ କୁଳସଚିବ ଭାବେ ଓଏଏସ୍‌ ରାଜଶ୍ରୀ ସିଂହ ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଯୋଗଦାନ ସହ ସେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ପୂର୍ବରୁ ଡ.ସୁମନ ଦାସ କୁଳସଚିବ ଭାବେ ଦାୟିତ୍ବରେ ଥିବା ବେଳେ ଗତ ୬ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ସହ ଅନ୍ୟତ୍ର ବଦଳି ହୋଇଛି। ଏଥିସହ ଦୀର୍ଘଦିନ ଧରି ବିଶ୍ବବିଦ୍ୟାଳୟରେ ପରୀକ୍ଷା ନିୟନ୍ତ୍ରକ ପଦବି ଖାଲି ପଡ଼ିଥିବା ବେଳେ ଡ.ଦାସ କୁଳସଚିବ ସହ ପରୀକ୍ଷା ନିୟନ୍ତ୍ରକ ପଦବି ସମ୍ଭାଳୁଥିଲେ। ଆଜି ନୂତନ ଭାବେ ମନୋଜ କୁମାର ଦାସଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦାସ ରମାଦେବୀ ମହିଳା କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଅବସ୍ଥାପିତ ଥିଲେ। ଆଗକୁ ବିଶ୍ବବିଦ୍ୟାଳୟର ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ଏହି ୨ ପଦବି ପୂରଣ କରାଯାଇଛି। ଏଥିସହ ଆସନ୍ତା ଦିନରେ ନୂତନ ପ୍ରଶାସନିକ କୋଠା ଉଦ୍‌ଘାଟିତ ହେବ।

ସମ୍ବନ୍ଧିତ ଖବର