ଚଳଚ୍ଚିତ୍ର ନିଗମର ନୂଆ ଓ୍ଵବସାଇଟ୍‌ ଯୋଜନା : ରହିବ ସୁଟିଂ ସେଟ୍‌ର ତଥ୍ୟ, ଅନଲାଇନ୍‌ ସିନେମା ସଂଗ୍ରହାଳୟ

କଟକ : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ନୂଆ େଓ୍ଵବସାଇଟ୍‌ ଆରମ୍ଭ ହେବାକୁ ଯାଉଛି। ସେଥିରେ ରାଜ୍ୟର ସମସ୍ତ ଅଭିନେତା, ଟେକ୍ନିସିଆନ୍‌, ନିର୍ଦ୍ଦେଶକ, ପ୍ରଯୋଜକ, କୋରିଓଗ୍ରାଫର, ସଂଗୀତ ଦୁନିଆର ସମସ୍ତ ଲୋକଙ୍କ ତଥ୍ୟ ଅପ୍‌ଲୋଡ ହେବ। ଏଥିସହିତ ସରକାରଙ୍କ ପକ୍ଷରୁ ରାଜ୍ୟରେ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯିବ। କଳିଙ୍ଗ ଷ୍ଟୁଡିଓ, ବିଭନ୍ନ ସୁଟିଂ ସ୍ଥାନ, ନୂଆ ଚଳଚ୍ଚିତ୍ର ବାବଦରେ ସୂଚନା ପରି ଅନେକ ଆକର୍ଷଣୀୟ ଫିଚର ଏହି େଓ୍ଵବସାଇଟ୍‌ରେ ରହିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏନ୍‌ଆଇସିର ନିର୍ଦ୍ଦେଶକ ଓ ବୈଷୟିକ ନିର୍ଦ୍ଦେଶକ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି।

ପୂର୍ବରୁ ୨୦୦୬ ମସିହାରେ ଓଏଫ୍‌ଡିସି େଓ୍ଵବସାଇଟ www.orissademo.nic.in ଆରମ୍ଭ କରାଯାଇଥିଲା। ଯୋବ୍ରାସ୍ଥିତ ଫିଲ୍ମ ଓ ଟିଭି ପ୍ରଶିକ୍ଷଣ ପ୍ରତିଷ୍ଠାନର ଜଣେ େଓ୍ଵବ ଡିଜାଇନରଙ୍କ ଦ୍ୱାରା ଉକ୍ତ େଓ୍ଵବସାଇଟ୍‌ ଡିଜାଇନ୍‌ ହୋଇଥିଲା। ସେତେବେଳେ ଡିଜାଇନ୍‌ କରିବା ପରେ େଓ୍ଵବସାଇଟ୍‌କୁ ଏନ୍‌ଆଇସିକୁ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଡିଜାଇନର ଓ ସଂପୃକ୍ତ ଏନ୍‌ଆଇସି ଅଧିକାରୀଙ୍କ ସହିତ ଠିକ୍‌ ଭାବେ ଯୋଗାଯୋଗ ହୋଇପାରିନଥିଲା। ଫଳରେ କୌଣସି ତଥ୍ୟ େଓ୍ଵବସାଇଟ୍‌ରେ ଅପଲୋଡ୍‌ ହୋଇପାରିଲା ନାହିଁ। ଏହାର ଆଡ୍‌ମିନ୍‌ ଓଏଫ୍‌ଡିସିକୁ ହସ୍ତାନ୍ତର କରାଯାଇନଥିବାରୁ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ତଥ୍ୟକୁ େଓ୍ଵବସାଇଟ୍‌ରେ ଦେଖାଉଥିଲା। ପରେ ଆଉ କେହି ସେଥିପ୍ରତି ଧ୍ୟାନ ନଦେବାରୁ ଧିରେଧିରେ ତାହା ଅଚଳ ହୋଇପଡ଼ିଲା ଏବଂ ୨୦୧୬ ଫେବ୍ରୁଆରି ୧୧ ତାରିଖରେ େଓ୍ଵବସାଇଟ୍‌କୁ ବନ୍ଦ କରିଦିଆଯାଇଥିଲା।

ନୂତନ ଭାବେ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ଅଭିନେତା କୁନା ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ସିନେମା ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଏହି ନିଗମ କାର୍ଯ୍ୟ କରୁଛି। ସିନେମା ସିଧାସଳଖ ମନୋରଂଜନ ସହିତ ଜଡ଼ିତ। େଓ୍ଵବସାଇଟ୍‌ରେ ଆମେ ଅନ୍‌ଲାଇନ୍‌ ସିନେମା ସଂଗ୍ରହାଳୟ ଖୋଲିବାକୁ ମଧ୍ୟ ଚିନ୍ତା କରିଛୁ। ସେଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ େଓ୍ଵବସାଇଟ୍‌ ପ୍ରସ୍ତୁତ ହୋଇଯିବା ଆବଶ୍ୟକ। ତେଣୁ ରାଜ୍ୟରେ ପୁରୁଣା ଓ ନୂଆ ସମସ୍ତ ଅଭିନେତା, ଅଭିନେତ୍ରୀ, ଟେକ୍ନିସିଆନ୍‌, ସଙ୍ଗୀତଜ୍ଞ, ନିର୍ଦ୍ଦେଶକ, ପ୍ରଯୋଜକମାନେ ସେମାନଙ୍କ ନାମ, ଠିକଣା, ଫୋନ୍‌ ନମ୍ବର ଓଏଫ୍‌ଡିସି କାର୍ଯ୍ୟାଳୟକୁ ପଠାଇବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର