ନୂଆବର୍ଷ ପାଇଁ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଇଂରାଜୀ ନବବର୍ଷ ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ୯ସେକେଣ୍ଡରେ ତାଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଥିରେ କହିଛନ୍ତି ଯେ, ମୋର ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆ ବର୍ଷର ଅଭିନନ୍ଦନ ଜଣାଉଛି।

ସେହିପରି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ନୂଆବର୍ଷ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷରେ ଓଡ଼ିଶାର କୋଟିଏ ପରିବାରର ୪.୫କୋଟି ଲୋକଙ୍କ ଜୀବନରେ ସୁଖ, ଶାନ୍ତି ଓ ପ୍ରଗତି ଆସୁ ବୋଲି ଶ୍ରୀ ପ୍ରଧାନ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ପ୍ରଗତିର ଶୀର୍ଷକୁ ନେବା ପାଇଁ ଯୁବପିଢ଼ିର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିବା ସହ ୨୦୧୮ରେ ଓଡ଼ିଶାର ପ୍ରଗତିର ରାସ୍ତା ପ୍ରଶସ୍ତ ହେଉ ବୋଲି କାମନା କରିଛନ୍ତି।

ଅପରପକ୍ଷେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାନସଭାରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ୨୦୧୮ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ନୂତନ ବର୍ଷ ସମସ୍ତଙ୍କ ପାଇଁ ଶୁଭମୟ, ଶାନ୍ତିମୟ, ମଙ୍ଗଳମୟ ଏବଂ ସମୃଦ୍ଧିମୟ କରିବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।

ସମ୍ବନ୍ଧିତ ଖବର