ରଥ ଖଳା ହାଲଚାଲ: ଆରମ୍ଭ ହେଲା ଅଖ କାମ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟର ୩୫ ଦିନରେ ବିଶ୍ୱକର୍ମାମାନେ ଅଖ କାମ ଆରମ୍ଭ କରିଛନ୍ତି। ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ଅଖ କାମ ସହିତ ତିନି ରଥର ୬ ଚକ ଡେରା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଥିଲା। ତିନି ରଥ ପାଇଁ ୩ ଅଖ ପ୍ରସ୍ତୁତ କରିବା ପରେ ମହାରଣା ସେବକମାନେ ଏହି କାମ ବନ୍ଦ ରଖିଥିଲେ। ନୃସିଂହ ଚତୁର୍ଦ୍ଦଶୀ ପରେ ପୁନର୍ବାର ଆଜିଠାରୁ ବାକି ଅଖ କାମ ମହାରଣା ସେବକମାନେ ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ଭୋଇ ସେବକମାନେ ୬ଟି ଗରଗରା କାଠ ରଥଖଳାରେ ପକାଇବା ପରେ ମହାରଣା ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ଗତକାଲି ଚଉତା ଓ ମୁହାଣ୍ଟ ବିନ୍ଧ କାମ ଅନୁକୂଳ ପରେ ମହାରଣା ସେବକମାନେ ଏହି କାମକୁ ତ୍ୱରାନ୍ଵିତ କରିଛନ୍ତି। ଯଥାଶୀଘ୍ର ଏହି କାମ ଶେଷ ପାଇଁ ମହାରଣା ସେବକମାନେ ଲାଗି ପଡିଛନ୍ତି। ରୂପକାର ସେବକମାନେ କୋଣଗୁଜ କାମ ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ପରେ ନାଟଗୁଡ଼ୁ ଓ ପଟାଗୁଜ କାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର