ନାବାଳିକା ଗଣଦୁଷ୍କର୍ମ ଘଟଣା: ଆଜି ବି ଜାତୀୟ ରାଜପଥ ଅବରୋଧ

ବିଳମ୍ବିତ ରାତିରେ ପୀଡ଼ିତାଙ୍କୁ ଭେଟିଲେ ଡିଆଇଜି, ଜିଲ୍ଲାପାଳ, ଏସପି

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରି ସମ୍ବେଦନଶୀଳ ଘଟଣା ନେଇ ଆଜି ମଧ୍ୟ ଲୋକେ କୁନ୍ଦୁଲିଠାରେ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯାଜବାହନ ରଅଟକି ରହିଛି। ଅପରପକ୍ଷେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଡିଆଇଜି ଏସ ସାଇନି, ଜିଲ୍ଲାପାଳ ଅନୁପମ ଶାହ ଓ ଏସପି ଡା. କେ ଭି ସିଂହ  ଡାକ୍ତରଖାନା ଯାଇ ପୀଡ଼ାତା ନାବାଳିକା ଓ ଡାକ୍ତରଙ୍କସହିତ ଆଲୋଚନା କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଗତକାଲି ଏସପି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥି;ଏ। ସେହିପରି  କୁନ୍ଦୁଲିଠାରେ ଶହଶହ ଲୋକେ ଜାତୀୟ ରାଜପଥ ଅବରୋଧ କରି ଏପରି ଜଘନ୍ୟ କାର୍ଯ୍ୟରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁୂ ତୁରନ୍ତ ଗିରଫ ଦାବି କରିଛନ୍ତି। ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଲୋକେ ଅଡ଼ିବସିଛନ୍ତି।ଏହା ସହିତ ବିଭିନ୍ନ ଦଳ ଓ ସଂଗଠନର କର୍ମକର୍ତ୍ତା ମେଡିକାଲ ଯାଇ ପୀଡିତାଙ୍କୁ ସମବେଦନା ଜଣାଇଛନ୍ତି।  ନାବାଳିକାଙ୍କୁ ଗଣଦୁଷ୍କର୍ମ କଥା ପ୍ରଚାର ହେବା ପରେ ସମଗ୍ର ରାଜ୍ୟରେ  ଆଲୋଡନ ସୃଷ୍ଟି ହୋଇଛି। ସବୁ ମହଲରେ ଲୋକମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଲୋକେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ଦାବିରେ ଧାରଣା, ରାସ୍ତାରୋକ ଚଳାଇଛନ୍ତି। ଏଥିରେ ରାଜନେତାମାନେ ମଧ୍ୟ ସାମିଲ ହୋଇଛନ୍ତି।

ନାବାଳିକା ଗଣଦୁଷ୍କର୍ମ ମାମଲା ନେଇ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଛି ଆଲୋଡ଼ନ। ଏହି ଘଟଣା ନେଇ ପ୍ରଶାସନ ମଧଞ୍ୟ ତତ୍ପର ହୋଇ ଉଠିଛି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ କେନ୍ଦ୍ର କରି ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ଅଭିଯୁକ୍ତମାନଙ୍କ ଗିରଫ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଡିଆଇଜି ଏସ ସାଇନି, ଜିଲ୍ଲାପାଳ ଅନୁପମ ଶାହ ଓ ଜିଲ୍ଲା ପୁଲିସ ଅଧିକ୍ଷକ ଡା. କେ ଭି ସିଂହ ପ୍ରମୁଖ ଡାକ୍ତରଖାନା ଯାଇ ନାବାଳିକା ପୀଡ଼ିତାଙ୍କୁ ଭେଟିଛନ୍ତି।

କୁନ୍ଦୁଲିରେ ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ରାସ୍ତାରୋକ ଆଜି ମଧ୍ୟ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ପୀଡିତାଙ୍କ ଗ୍ରାମବାସୀ ଓ ଆଖାପାଖ ଗ୍ରାମର ଲୋକ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି। ଫଳରେ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଗାଡି ଛିଡା ହୋଇ ରହିଛି। କୋରାପୁଟରୁ ବିଶାଖାପାଟଣା ଓ ଭୁବନେଶ୍ୱରକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।  ଏହି ନିନ୍ଦନୀୟ ଘଟଣା ସମ୍ପର୍କରେ  ଜିଲ୍ଲାପାଳ  ଅନୁପମ ଶାହ କହିଛନ୍ତି ଯେ, ପୀଡ଼ିତାଙ୍କର ଚିକିତ୍ସା ଠିକ୍‌ ଭାବେ ଚାଲିଛି। ନାବାଳିକା ଜଣକ ଏପରି ଏକ ଘଟଣାରେ ଅବସାଦଗ୍ରସ୍ତ ହୋଇପଡ଼ିଥିବାରୁ ତାଙ୍କୁ କାଉନସିଲିଂ ପାଇଁ ବ୍ୟବସ୍ଥା କରାଯାଉଛି। ନାବାଳିକାଙ୍କ ଦାୟିତ୍ୱ ମହିଳାମାନଙ୍କ ଦ୍ୱାରା କରାଯାଉଛି ବୋଲି  ଜିଲ୍ଲାପାଳ ଶ୍ରୀ ଶାହ କହିଛନ୍ତି। ଅପରପକ୍ଷେ ଡିଆଇଜି ଏସ ସାଇନି କହିଛନ୍ତି ଯେ କୌଣସି ପରିସ୍ଥିତିରେ ଦୋଷୀଙ୍କୁ ଛଡ଼ାଯିବ ନାହିଁ। ଅଭିଯୁକ୍ତମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଜିଆଇଜି କହିଛନ୍ତି।

ସମ୍ବନ୍ଧିତ ଖବର