ଜାତୀୟ ରାଜପଥ ମରାମତି ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜାତୀୟ ରାଜପଥ ବନ୍ଦ

ଦେବଗଡ଼: ଦେବଗଡ଼ ସହର ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ସମ୍ବଲପୁର-ଦେବଗଡ଼ ଓ ଦେବଗଡ଼ରୁ ପାଲଲହଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏକ ପ୍ରକାର ଶୋଚନୀୟ ହୋଇପଡ଼ିଛି । ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ତା’ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତାରୁ ଧୂଳି ଉଡ଼ିବା ଫଳରେ ବାଟରେ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

ରାସ୍ତା ମରାମତି କରିବା ପାଇଁ ବିଭିନ୍ନ ମହଲରେ ଦାବି ହେବା ଫଳରେ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା , ଯାହାକି ଅତି ନିମ୍ନମାନର ହେବା ସହିତ ଖାଲଖମାରେ ପିଚୁ ଏବଂ କଂକ୍ରିଟ ମରାମତି କରିବା ବଦଳରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଚିପସ ଏବଂ ସିମେଣ୍ଟ ଗୁଣ୍ଡରେ ମରାମତି କାର୍ଯ୍ୟ କରାଯାଉଥିଲା । ରାସ୍ତାର ସଂପୂର୍ଣ୍ଣ ମରାମତି ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଉଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହାର ପ୍ରତିବାଦରେ ଶୁକ୍ରବାର ଦିନ ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ସ୍ଥାନୀୟ ଟ୍ରାଫିକ ଛକଠାରେ ଜାତୀୟ ରାଜପଥକୁ ଅବରୋଧ କର।ଯିବା ସହ ସକାଳ ୬ ଘଟିକା ସମୟରୁ ସଂଧ୍ୟା ୬ ଘଟିକା ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ସଂପୂର୍ଣ୍ଣଭାବେ ବନ୍ଦ କରାଯାଉଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର