ଏନ୍‌ଆଇଏ ଜେରାରୁ ଛାଡ଼ ପାଇଲେ ଅଖ୍‌ତାର

ଡାଏରୀ, ଫୋନ କଲ୍‌ ଆଧାରରେ ୪ଦିନ ଧରି ଦିଲ୍ଲୀରେ ଚାଲିଥିଲା ଜେରା

କଟକ/କିଶନନଗର : ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ) କବଳରୁ ମୁକ୍ତି ପାଇଛନ୍ତି ସାମନ୍ତରାପୁରର ଅଖତର୍‌ ହୁସେନ୍‌ ଖାଁ। ଡିସେମ୍ବର ୨୯ ତାରିଖରେ କିଶନନଗର ଥାନା ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ଘର ଓ ଏସ୍‌ପିଙ୍କ କାର୍ଯ୍ୟାଳୟରେ ୧୨ଘଣ୍ଟାର ମାରାଥନ୍‌ ଜେରା ପରେ ଅଖ୍‌ତରଙ୍କୁ ଛାଡି ଦେଇଥିଲା ଏନ୍‌ଆଇଏ। ହେଲେ ଡିସେମ୍ବର ୪ରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ପାଇଁ ଅଖ୍‌ତାରଙ୍କୁ ସେହି ଦିନ ନୋଟିସ୍‌ ଧରାଇ ଦେଇଥିଲା।

ଦିଲ୍ଲୀ କାର୍ଯ୍ୟାଳୟରେ ୪ଦିନର ଜେରା ପରେ ଅଖ୍‌ତାରଙ୍କୁ ଆଜି ଛାଡି ଦିଆଯାଇଛି ବୋଲି ତାଙ୍କ ପୁଅ ଉଲ୍ଲିଆସ୍‌ ଖାନ୍‌ ସୂଚନା ଦେଇଛନ୍ତି। ଫୋନକଲ, ବ୍ୟାଙ୍କ ନେଣଦେଣ ଓ ଘରୁ ଜବତ୍‌ କରାଯାଇଥିବା ଡାଏରୀର ତଥ୍ୟ ସବୁକୁ ପୁଣିଥରେ ଯାଂଚ କରିଥିଲେ ଏନ୍‌ଆଇଏ। ଏଥିସହ ଘରେ ଯେଉଁ ପ୍ରଶ୍ନ ପଚାରିଥିଲେ ସେହି ପ୍ରଶ୍ନର ପୁନରାବୃତ୍ତି ମଧ୍ୟ କରାଯାଇଥିଲା। ତାଙ୍କଠାରୁ ଜବତ୍‌ କରାଯାଇଥିବା ବ୍ୟାଙ୍କ ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ ସବୁ ଡାକଯୋଗେ ଘରକୁ ପଠାଇଦିଆଯିବ ବୋଲି ଏନ୍‌ଆଇଏ ପକ୍ଷରୁ ସୂଚନା ଦିଆଯାଇଛି।

ବିବାହ ପୂର୍ବରୁ ଅର୍ଥାତ୍‌ ୩୦ବର୍ଷ ଧରି ସାଉଦି ଆରବରେ ଥିଲେ, ଅଖ୍‌ତର ହୁସେନ୍‌ ଖାନ୍‌।। ତେବେ ସେଠାରେ ଥିବା ସମୟରେ ସେ କଣ କରୁଥିଲେ , କଣ ଥିଲା ତାଙ୍କ କାର୍ଯ୍ୟଧାରା ଏସବୁ ଉପରେ ସନ୍ଦେହ ପ୍ରକଟ କରି ଗତ ମାସ ୨୯ତାରିଖରେ ଏନ୍‌ଆଇଏ ଓ ଆଇବିର ୮ଜଣିଆ ଟିମ୍‌ ତାଙ୍କ ସାମନ୍ତରାପୁରସ୍ଥିତ ବାସଭବନରେ ପହଞ୍ଚି ଜେରା କରିଥିଲେ।

ସମ୍ବନ୍ଧିତ ଖବର