ନିକିତା ମୃତ୍ୟୁ ଘଟଣାର ନୂଆମୋଡ: ଲିପନ୍‌ଙ୍କ ଭଉଣୀ ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍‌ ନିକିତା ମୃତ୍ୟୁ ଘଟଣାର ନୂଆମୋଡ ଦେଖା ଦେଇଛି। ନିକିତାଙ୍କ ନଣନ୍ଦ ସୋନମ୍‌ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ଘଟଣା ସମୟରେ ନିକିତା ଓ ମୋ ଭାଇ ଲିପନଙ୍କ ବ୍ୟତୀତ ଛାତ ଉପରେ ତାଙ୍କ ବାପା ଉପସ୍ଥିତ ଥିଲେ। ନିକିତା ସେଦିନ ତାଙ୍କ ବାପା ଓ ମା’ଙ୍କ ସହ ବି ପାଟିତୁଣ୍ଡ କରି ଛାତକୁ ଯାଇଥିଲେ। ଛାତରୁ ସେ ଖସି ପଡୁଥିବା ବେଳେ ଉଦ୍ଧାର କରିବାକୁ ସମସ୍ତେ ଚେଷ୍ଟା କରିଥିଲେ। ଏପରିକି ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ ଝୁଲନ୍ତା ଅବସ୍ଥାରେ ଧରି ରଖିଥିଲେ। ମାତ୍ର ତାଙ୍କୁ ରକ୍ଷା କରିବା ସମ୍ଭବ ହୋଇପାରି ନଥିଲା। ସେ ତଳକୁ ଖସି ପଡ଼ିଥିଲେ ବୋଲି ଭାଇ ସେଦିନର ଘଟଣା ବିଷୟରେ ମୋତେ କହିଛି।

ଯଦି ଭାଇ ନିକିତାଙ୍କୁ ହତ୍ୟା କରିଛି ବୋଲି କୁହାଯାଉଛି ତେବେ ସଙ୍ଗେସଙ୍ଗେ ଅଭିଯୋଗ କାହିଁକି କରାଯାଇ ନଥିଲା? ନିକିତା ମୃତ୍ୟୁ ପରେ ଏଭଳି କଥା କାହିଁକି କୁହାଗଲା? ନିକିତା ଛାତରୁ ଖସିବା ପରଠାରୁ ଭାଇ ପୂରା ସମୟ ଡାକ୍ତରଖାନାରେ ନିକିତାଙ୍କ ସହିତ ହିଁ ଥିଲା। ଯଦି ନିକିତାଙ୍କୁ ଭାଇ ହତ୍ୟା କରିଥିଲା, ସେତେବେଳେ ତାଙ୍କ ସହିତ ସମସ୍ତେ କିପରି ଭଲ ବ୍ୟବହାର ଦେଖାଇ ଥିଲେ?

ଏହାସହ ନିକିତାଙ୍କ ପରିବାର ଲୋକଙ୍କ ବୟାନରେ ତାଳମେଳ ରହୁ ନ ଥିବା ଅଭିଯୋଗ କରି ନିକିତାଙ୍କ ନଣଦ ସୋନମ୍‌ ତଦନ୍ତ ଦାବି କରିଛନ୍ତି। ସେହିପରି ଶାଶୁଘରେ ନିକିତାଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣା ସମ୍ପୂର୍ଣ୍ଣ ମିଛ। ଆବଶ୍ୟକ ପଡ଼ିଲେ ନିକିତାଙ୍କ ନଣନ୍ଦ ସୋନମ୍‌ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର