ନୀଳଗିରି: ପୋଖରୀରେ ବୁଡ଼ି କଲେଜ ଛାତ୍ରୀଙ୍କ ମୃତ୍ୟୁ

ନୀଳଗିରି: ଆଜି ସକାଳେ ନୀଳଗିରି ଥାନା ଅନ୍ତର୍ଗତ ଅଯୋଧ୍ୟା ଗ୍ରାମରେ ପୋଖରୀରେ ବୁଡ଼ି ଯିବାରୁ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ସକାଳ ପ୍ରାୟ ୯ଟା ସମୟରେ ଦେବେନ୍ଦ୍ର ଜେନାଙ୍କ ୧୬ ବର୍ଷୀୟ ଝିଅ ଲିସା ଗାଧୋଇବାକୁ ପୋଖରୀକୁ ଯାଇଥିଲା। ପାଣିରେ ବୁଡ଼ା ଉଠା ହୋଇ ପହଁରୁ ଥିବା ବେଳେ ତା’ର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ିଯାଇଥିଲେ। ପୋଖରୀରେ ଗାଧାଉ ଥିବା ଅନ୍ୟମାନେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ହଠାତ୍‌ ମିଳି ନ ଥିଲେ। ପ୍ରାୟ ଅଧଘଣ୍ଟାଏ ପରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇ ଅଯୋଧ୍ୟାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଗ୍ରହଣ କରିଥିଲେ ବୋଲି ଘୋଷଣା କରିଛନ୍ତି। ଲିସା ଅଯୋଧ୍ୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ।

ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ସେଠାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନୀଳଗିରି ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର