ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରର ୯ ବର୍ଷ ହେଲା ଶତ ପ୍ରତିଶତ ରେଜଲ୍ଟ : ଏଥର ରାଜ୍ୟରେ ରେକର୍ଡ: ୪୧ରୁ ୮ଜଣ ଏ-୧

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ସହରର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିର ବର୍ତମାନ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ ସଫଳତାର ଧାରା ବଜାୟ ରଖିଛି। ପ୍ରତିବର୍ଷ ରାଜ୍ୟରେ ଏହି ଅନୁଷ୍ଠାନ ଗୋଟିଏ ପରେ ଗୋଟିଏ ପରେ ବିରଳ ରେକର୍ଡ଼ ସୃଷ୍ଟି କରି ଆସୁଛି। ଖାଲି ଏତିକି ନୁହେଁ, ଆଇଆଇଟି, ଏମ୍‌ସ ଓ ଏନ୍‌ଆଇଟି ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ବି ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି ଶିକ୍ଷାନୁଷ୍ଠାନର ଗୌରବ ବଢାଇଛନ୍ତି।

ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏହି ଅନୁଷ୍ଠାନରୁ ୩୫ଜଣ ଛାତ୍ରଛାତ୍ରୀ ଏ-ଓ୍ଵାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଯାହାକି ସମଗ୍ର ରାଜ୍ୟରେ ଅଧିକ। ଆଉ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ବି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ସଫଳତାକୁ ଦୋହରାଇ ସମଗ୍ର ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ରାଜ୍ୟର ୪୧ଜଣ ଛାତ୍ରଛାତ୍ରୀଙ୍କ ତାଲିକାରେ ଏହି ଅନୁଷ୍ଠାନର ୮ଜଣ ବିଦ୍ୟାର୍ଥୀ ସ୍ଥାନ ପାଇଛନ୍ତି। ଗଂଜାମ ଜିଲ୍ଲାରେ ମାତ୍ର ୯ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ବିଦ୍ୟାର୍ଥୀ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିରର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର