ଉଭୟ କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କ ଶତ୍ରୁ: ନିରଞ୍ଜନ

ଅନୁଗୁଳ : ଅନୁଗୁଳଠାରେ ଆଜି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଧନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଭାଘର ଠାରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେଇ କଂଗ୍ରେସ ନେତୃବୃନ୍ଦ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ଚଳାଇଥିବା ବିଭିନ୍ନ ଜନହିତକର ଯୋଜନାକୁ ନରେନ୍ଦ୍ର ମୋଦି ନିଜ ନାମରେ କରିଚାଲିଛନ୍ତି। ଏଠାରେ କଂଗ୍ରେସ ନାଲ୍‌କୋ ତିଆରି କରିଛି। ଏହାକୁ ସମ୍ପ୍ରସାରଣ କରାଯାଉନାହିଁ। ଏଣୁ ଏଠାରେ ବେକାରୀ ବଢ଼ିଛି। ଏବେ ମହାନଦୀକୁ ନେଇ ରାଜନୀତି ଚାଲିଛି। ଛତିଶଗଡ଼ ସରକାରଙ୍କୁ କେନ୍ଦ୍ର ସମର୍ଥନ ଦେଇଚାଲିଛି। ଯେ ପର୍ଯ୍ୟନ୍ତ ମୋଦି ରହିଥିବେ ସେ ପର୍ଯ୍ୟନ୍ତ ପାଣି ମିଳିବନି। ବ୍ରାହ୍ମଣୀ ଓ ବୈତରଣୀ ଉପରେ ମଧ୍ୟ ଏଭଳି ଆକ୍ରମଣ ଆରମ୍ଭ ହେଲାଣି। ଏହାର ଦୁଃଖ ଭୋଗିବା ଲାଗି ସମସ୍ତେ ପ୍ରସ୍ତୁତ ରହିବାକୁ ସେ ସତର୍କ କରାଇ ଦେଇଛନ୍ତି।

ଏଆଇସିସି ସମ୍ପାଦକ ଜିତେନ୍ଦ୍ର ସିଂହ କହିଥିଲେ, ବିଡ଼ି ପ୍ରସ୍ତୁତି ଉପରେ ଜିଏସ୍‌ଟି ଲଗାଇ କେନ୍ଦ୍ର ସରକାର ଏଠାକାର ଅନେକ କର୍ମସଂସ୍ଥାନ ବନ୍ଦ କରିଦେଇଛନ୍ତି। ଏଇ ଜିଲ୍ଲାର ଲୋକ,ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି। କିନ୍ତୁ ଓଡ଼ିଶା କଥା ଛାଡ଼, ଜିଲ୍ଲା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ସମାବେଶରେ ଏଆଇସିସିର ସହ ପ୍ରଭାରୀ ମସ୍ତାନ ଅଲ୍ଲୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନ, ପୂର୍ବତନ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ବିଧାୟକ ରମେଶ ଜେନା ଓ ସନ୍ତୋଷ ପ୍ରଧାନ, ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ରାଜ୍ୟ ସମ୍ପାଦକ ବିପ୍ଲବ ଜେନା, ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମିଶ୍ର ପ୍ରମୁଖ

ସମ୍ବନ୍ଧିତ ଖବର