‘ପାଣ୍ଠି ନଥାଇ ଯୋଜନା, ବଢ଼ୁଛି ଋଣବୋଝ’ : ନବୀନ ଓ ମୋଦୀଙ୍କୁ ସମାଲୋଚନା କଲେ ନିରଞ୍ଜନ

ଭୁବନେଶ୍ବର : ଓଡ଼ିଶାରେ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦୀ କେବଳ ଭେଳିକି ଦେଖାଉଛନ୍ତିି। ଦେଶରେ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା‌ ପାଇଁ ପାଣ୍ଠି ନଥିବା ବେ‌େଳ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୋଟିକ ପରେ ଗୋଟିଏ ଲୋଭନୀୟ ଯୋଜନା କରିଚାଲିଛନ୍ତିି। ଏଥିପାଇଁ ବିନା ଦ୍ବିଧାରେ ଋଣ କରିଚାଲିଛନ୍ତିି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରି କହିଛନ୍ତିି।

ଆଜି ଏକ ପ୍ରେସ୍‌ ବିବୃତିରେ ପିସିସି ସଭାପତି କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୯୨ ହଜାର କୋଟିରେ ପହଞ୍ଚିବାକୁ ଯାଉଛି। ଏହା ମୋଟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ପ୍ରାୟ ୨୧ ପ୍ରତିଶତ। ୨୦୦୦ ମସିହାରେ ଋଣଭାର ୧୮ ହଜାର କୋଟି ଥିବା ବେଳେ ଏବେ ତାହା ୧ ଲକ୍ଷ କୋଟିରେ ପହଞ୍ଚିବା ଘଟଣା ରାଜ୍ୟ ସରକାରଙ୍କ ଅପାରଗତା ଓ କୁପରିଚାଳନାକୁ ପ୍ରମାଣିତ କରୁଛି। ଅନୁରୂପ ଭାବେ ଦେଶର ଋଣବୋଝ ୮୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମୋଦୀ ସରକାର ତାଙ୍କର ସାଢ଼େ ଚାରିବର୍ଷର ଶାସନ କାଳରେ ୨୭ ଲକ୍ଷ କୋଟିରୁ ଅଧିକ ପରିମାଣର ଋଣ କରିଛନ୍ତିି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ମୋଦୀ ନିଜକୁ ଦୁର୍ନୀତିମୁକ୍ତ ବୋଲି ଦାବି କରୁଥିଲେ ବି ରାଫେଲ୍‌ ଦୁର୍ନୀତିରୁ ଏ ପର୍ଯ୍ୟନ୍ତ ନିଜକୁ ମୁକ୍ତ କରିପାରିନାହାନ୍ତିି ବୋଲି ନିରଞ୍ଜନ କହିଛନ୍ତି। ବର୍ଷକୁ ୨ କୋଟିର ନିଯୁକ୍ତିର ଫମ୍ପା ଘୋଷଣା, ଜିଏସ୍‌ଟିରେ ଲୋକଙ୍କୁ ଟିକସଭାର ଆଦି ପ୍ରସଙ୍ଗ ସେ ଉଠାଇ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତିି। ବିଶେଷ କରି ପେଟ୍ରୋଲ୍‌, ଡିଜେଲ୍‌ର ଦରବୃଦ୍ଧି କରି ମାତ୍ର କିଛି ମାସ ମଧ୍ୟରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟିର ଟିକସ ଠୁଳ କଲେ। ପରେ ମଧ୍ୟ ୨୭ ଲକ୍ଷ କୋଟିର ଋଣ କରି ସେହି ଅର୍ଥ କିଭଳି ବିନିଯୋଗ କରାଗଲା ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ସମସ୍ତ ସୂତ୍ରରୁ ସଂଗୃହୀତ ଅର୍ଥ ସାଙ୍ଗକୁ ରାଜ୍ୟ ଓ କେନ୍ଦ୍ର ସରକାର ଋଣ କରି ଭୋଟର ଧ୍ରୁବୀକରଣ କରିଚାଲିଛନ୍ତି। ଏହା ଦ୍ବାରା ମୁଣ୍ଡପିଛା ଋଣ ପରିମାଣ ବୃଦ୍ଧି ପାଇବା ସହିତ ଓଡ଼ିଶା ତଥା ସମଗ୍ର ଦେଶ ଋଣଯନ୍ତାରେ ପଡ଼ିବାକୁ ଯାଉଛି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତିି।

ସମ୍ବନ୍ଧିତ ଖବର