ଭୁବନେଶ୍ବର : ଆସନ୍ତା ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଭୁବନେଶ୍ବରର ତମାଣ୍ଡୋ ପଡ଼ିଆରେ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। କିନ୍ତୁ ଏହି ସଭାକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଷଡ୍ଯନ୍ତ୍ର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ବର୍ତମାନ କଂଗ୍ରେସ ସପକ୍ଷରେ ଅନୁକୂଳ ଜନମତ ରହିଛି। ଏହାକୁ ବିଭ୍ରାନ୍ତ କରିବାକୁ ସରକାରୀ କଳକୁ ନିୟୋଜିତ କରାଯାଇଛି। ଆସନ୍ତା ୨୫ ତାରିଖରେ ରାହୁଲଙ୍କ ସଭା ଥିବା ବେଳେ ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ କାଳିଆ ଯୋଜନାରେ ଟଙ୍କା ବାଣ୍ଟିବା କାର୍ଯ୍ୟକ୍ରମ ରଖିଛନ୍ତି। ରାହୁଲଙ୍କ ସଭାକୁ ଯେପରି ଲୋକେ ଆସିନପାରିବେ, ସେଥିପାଇଁ ବସ୍ଗୁଡ଼ିକୁ କଂଗ୍ରେସକୁ ନଦେବାକୁ ସବୁ ଆରଟିଓଙ୍କୁ ନିର୍ଦେଶ ଦିଆଯାଇଛି। ଯେଉଁଠି କଂଗ୍ରେସ କର୍ମୀମାନେ ବୋଲେରୋ ବା ଅନ୍ୟ ଛୋଟଗାଡ଼ିରେ ଆସିବାକୁ ଚେଷ୍ଟା କରୁଛନ୍ତି, ସେଇଠି ଭଡ଼ା ଦୁଇଗୁଣ ଦେଇ କର୍ମୀମାନଙ୍କୁ ହଇରାଣ ହରକତ କରାଯାଉଛି। ଏହା ସତ୍ତ୍ବେ ରାଜ୍ୟ ସରକାର ଏଭଳି ହୀନ ରାଜନୀତିରେ ସଫଳ ହେବେନି ଏବଂ ରାହୁଲଙ୍କ ସଭା ସଫଳ ହେବ ବୋଲି ପିସିସି ସଭାପତି କହିଛନ୍ତିି।