ମାହାଙ୍ଗାରେ କଂଗ୍ରେସ ସମାବେଶ: କ୍ଷମତାକୁ ଆସିଲେ ଚାଷୀଙ୍କୁ ମିଳିବ ମାଗଣା ସୋଲାର ପମ୍ପ: ନିରଞ୍ଜନ

ମାହାଙ୍ଗା: ରାଜ୍ୟରେ କ˚ଗ୍ରେସ ସରକାର କ୍ଷମତାକୁ ଆସିଲେ କୃଷକମାନଙ୍କ ଉନ୍ନତି ପାଇଁ ପ୍ରାଥମିକତା ଦେବ। କୃଷି ଋଣ ଛାଡ କରିବା ସହ କୃଷିର ଉନ୍ନତି ପାଇଁ ଜଳସେଚନ ନିମନ୍ତେ ମାଗଣାରେ ସୋଲାରପମ୍ପ ଏବ˚ ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା, କୃଷି ଯାତ ଦ୍ରବ୍ୟ ବିକ୍ରି ଉପରେ ବୋନସ ଏବ˚ ୩୦୦ ଟଙ୍କା ଭତ୍ତାକୁ ୧୦୦୦ ରୁ ୧୫୦୦ଟଙ୍କା ବୃଦ୍ଧି କରାଯିବ। ଆଜି ମାହାଙ୍ଗା ବ୍ଲକ ଜଳେଶ୍ବରପୁର ଠାରେ ମାହାଙ୍ଗା ନିର୍ବାଚନମଣ୍ତଳୀ ସ୍ତରୀୟ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି। କୃଷକଙ୍କ ପାଇଁ ନବୀନ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି। ଦିଲ୍ଲୀରେ କୃଷକ ସମାବେଶ ଆଳରେ ବିଜେଡି କର୍ମୀ ମଉଜ କରୁଥିବା ବେଳେ ଚାଷୀ ମାନଙ୍କୁ କୃଷି ଋଣ ଛାଡ ନକରି କାଳିଆ ଯୋଜନା କରି ଭୁଆଁ ବୁଲାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ମିଛୁଆ ସରକାର ବୋଲି କହିଛନ୍ତି। ମାହାଙ୍ଗାରେ କ˚ଗ୍ରେସକୁ ପୁନର୍ବାର କ୍ଷମତାକୁ ଫେରାଇ ଆଣିବା ପାଇଁ ଦେବେନ୍ଦ୍ର ସାହୁଙ୍କୁ ଆର୍ଶୀବାଦ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ। ବରିଷ୍ଠ କ˚ଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ବାଳ ଯୋଗଦେଇ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବ ହିଁ ରାଜ୍ୟରେ ଉଚିତ୍‌ ଶାସନ କରିପାରିବ ବୋଲି କହିଥିଲେ। ସାଲେପୁର ବିଧାୟକ ପ୍ରକାଶ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା , ବରିଷ୍ଠ କ˚ଗ୍ରେସ ନେତା ତଥା ଆଇନ୍‌ଜୀବୀ ଧରଧୀଧର ନାୟକ, ଏଆସିସି ସାଧାରଣ ସମ୍ପାଦକ ରୁଦ୍ର ରାଜୁ ପ୍ରମୁଖ ଉଦବୋଧନ ଦେଇଥିଲେ। ଜିଲ୍ଲା କ˚ଗ୍ରେସ ସଭାପତି ଗୁରୁପଦ ନନ୍ଦ ସ୍ବାଗତ ଭାଷଣ ଦେଇଥିବା ବେଳେ ପିସିସି ସମ୍ପାଦକ ଆକାଶ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ପିସିସି ସମ୍ପାଦକ ସନ୍ତୋଷ କୁମାର ବଳ, ଆଇନ୍‌ଜୀବୀ ପ୍ରବୀଣ କାନୁନଗୋ, ଆଇନଜୀବୀ ଭାସ୍କର ବେହେରା, ପ୍ରଦୀପ୍ତ ଭୁୟାଁ, କଟକ ଜିଲ୍ଲା କ˚ଗ୍ରେସ କମିଟି ଉପସଭାପତି ଦୀପକ ପରିଡା ଓ ସଚିନ୍ଦ୍ର ସାହୁଙ୍କ ସମେତ ବହୁ କ˚ଗ୍ରେସ କର୍ମି ଉପସ୍ଥିତ ଥିଲେ। ଏହି ଅବସରରେ ବଣୁଆ ମହାପୁରୁଷଙ୍କ ପୀଠ ନିକଟରୁ ଏକ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।

ସମ୍ବନ୍ଧିତ ଖବର