ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବ ଆଜି

ରାଉରକେଲା : ଜାତୀୟ ପ୍ରଯୁକ୍ତି ଅନୁଷ୍ଠାନ (ଏନ୍‌ଆଇଟି)ର ୧୬ତମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି କ୍ୟାମ୍ପସ୍‌ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଏନ୍‌ଆଇଟି ନିର୍ଦ୍ଦେଶକ ମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ସନ୍ତୃପ୍ତ ମିଶ୍ର ଅଧ୍ୟକ୍ଷତା କରିବେ। ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥିଭାବେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଡ. କୁମାର ମଙ୍ଗଲମ ବିର୍ଲା ଯୋଗଦେବେ। ଚଳିତ ସମାବର୍ତ୍ତନ ଉତ୍ସବରେ ୧୫୪୦ ଜଣ ଡିଗ୍ରିଧାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର