ଏନଆଇଟି ରାଉରକେଲାର ଭିନ୍ନ ପ୍ରୟାସ, ଆରମ୍ଭ ହେଲା ପେସାଦାରଙ୍କ ପାଇଁ ପିଏଚଡି ପାଠ୍ୟକ୍ରମ

ରାଉରକେଲା: ଆପଣ ନିଜ ଚାକିରି ନେଇ ବ୍ୟସ୍ତ ଅଛନ୍ତି କି ? ନିଜର ପେସାଦାର ଜୀବନରେ ଉନ୍ନତି କରିବାକୁ ଚାଁହୁଛନ୍ତି କି ? ସେଥିପାଇଁ ଆପଣଙ୍କୁ କିଛି ଭିନ୍ନ କୋର୍ସ କରିବାକୁ ପଡିପାରେ । ପିଏଚଡି ହେଉ ବା ଏମବିଏ କରିବା ଦ୍ୱାରା ବଢିପାରେ ଆପଣଙ୍କ ଖ୍ୟାତି । ତେବେ ଡେରି କାହିଁକି, ରାଉରକେଲାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏନଆଇଟି ପେସାଦାର ବା ଚାକିରିରେ ବ୍ୟସ୍ତ ଥିବା କର୍ମଜୀବୀଙ୍କ ପାଇଁ ଆରମ୍ଭ କରିଛି ତିନିଟି ଭିନ୍ନ ଭିନ୍ନ କୋର୍ସ । ଅନ୍ୟ ଶିକ୍ଷାନୁଷ୍ଠାନ ଅପେକ୍ଷା ବେଶ କମ ମୂଲ୍ୟରେ ଏହି କୋର୍ସ ଆପଣ କରିପାରିବେ । ଜାଣନ୍ତୁ କେଉଁସବୁ ପାଠ୍ୟକ୍ରମକୁ ସାମିଲ କରାଯାଇଛି ।

ଏକଜିକ୍ୟୁଟିଭ ପିଏଚ.ଡି
କୋର୍ସ ଅବଧି: ୬ ବର୍ଷ, କୋର୍ସ ଫି: ୩୭୩୫୦୦ ଟଙ୍କା

ପାର୍ଟଟାଇମ ଏମ.ଟେକ
କୋର୍ସ ଅବଧି: ୩ ବର୍ଷ, କୋର୍ସ ଫି: ୫୭୩୫୦୦ ଟଙ୍କା

ପାର୍ଟଟାଇମ ଏମ୍.ବି.ଏ
କୋର୍ସ ଅବଧି: ୩ ବର୍ଷ, କୋର୍ସ ଫି: ୬୩୩୫୦୦ ଟଙ୍କା

ଏହି ପାଠ୍ୟକ୍ରମକୁ ଭାରତ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି । ପାଠ୍ୟକ୍ରମ ପାଇଁ ଶିକ୍ଷାଦାନ ସନ୍ଧ୍ୟା ସମୟରେ ହେବାକୁ ଥିବାବେଳେ ଚଳିତବର୍ଷ ଜୁନ ୧୧ ତାରିଖରୁ ଜୁଲାଇ ୧୫ ତାରିଖ ମଧ୍ୟରେ ଆବେଦନ କରିହେବ । ସେହିପରି ଜୁଲାଇ ୨୬ ତାରିଖରୁ ୩୧ ଜୁଲାଇ ମଧ୍ୟରେ ଆଡ଼ମିସନ ହେବ ବୋଲି ଏନଆଇଟି ରାଉରକେଲା ପକ୍ଷରୁ କୁହାଯାଇଛି । ଅଧିକ ଜାଣିବା ପାଇଁ ଆପଣ ୦୬୬୧୨୪୬୨୦୩୦ରେ କଲ କରି ପାଠ୍ୟକ୍ରମ ସମ୍ବଦ୍ଧିୟ ବିସ୍ତୃତ ତଥ୍ୟ ଜାଣିପାରିବେ।

ସମ୍ବନ୍ଧିତ ଖବର