ଟାଇମ୍ସ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌ରେ ଏକମାତ୍ର ଏନ୍‌ଆଇଟି

ରାଉରକେଲା : ଆଜି ପ୍ରକାଶିତ ‘ଦ ଟାଇମ୍ସ ହାୟର୍‌ ଏଡୁକେଶନ୍‌’ ବିଶ୍ୱ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌ରେ ଦେଶର ଏକମାତ୍ର ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଳୋଜି (ଏନ୍‌ଆଇଟି) ଭାବେ ରାଉରକେଲା ଏନ୍‌ଆଇଟି ଏସୀୟ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗରେ ୧୨୬ ସ୍ଥାନରେ ରହିଛି।  ୨୦୧୭ରେ ଏନ୍‌ଆଇଟି-ରାଉରକେଲା ଏସିଆ ତଥା ବିଶ୍ୱ ସ୍ତରରେ ଏକ ମାତ୍ର ଏନ୍‌ଆଇଟି ଭାବେ ୧୯୧ ସ୍ଥାନରେ ଥିଲା। ବିଚାରକୁ ନିଆଯାଇଥିବା ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଯୋଗୁଁ ଏହି ଅନୁଷ୍ଠାନ ପୂର୍ବ ବର୍ଷର ର‍୍ୟାଙ୍କ୍‌ରୁ ଲମ୍ଫ ପ୍ରଦାନ କରି ଏ ବର୍ଷ ୬୫ଟି ସ୍ଥାନ ଉପରକୁ ଉଠିଛି। ବିଶ୍ୱ ସ୍ତରରେ ବଛାବଛା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏନ୍‌ଆଇଟି-ରାଉରକେଲା ଗତ ବର୍ଷ ଭଳି ଏ ବର୍ଷ ୬୦୧-୮୦୦ ର‍୍ୟାଙ୍କ୍‌ରେ ନିଜ ସ୍ଥାନ ବଜାୟ ରଖି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛି।

ସମ୍ବନ୍ଧିତ ଖବର