ନିତି ଆୟୋଗ ମାପିଲା ବାବୁଙ୍କ ଦକ୍ଷତା : ପ୍ରଥମ ୧୦ରେ ଓଡ଼ିଶାର ୪ ଜିଲ୍ଲା

୨ନମ୍ବରରେ ବଲାଙ୍ଗୀର, ମୌଳିକ ଭିତ୍ତିଭୂମିରେ ଏକ ନମ୍ବର

ଭୁବନେଶ୍ବର : ପଛୁଆ (ଆକାଂକ୍ଷୀ) ଜିଲ୍ଲାରେ ବାବୁମାନଙ୍କ ପ୍ରଦର୍ଶନ କେତେ ଆଗୁଆ, ପାଞ୍ଚଟି ମାନଦଣ୍ଡ େନଇ ନିତି ଆୟୋଗ ଜୁନ-ଜୁଲାଇ ମାସ ପାଇଁ ଯେଉଁ ଡ୍ୟାସ୍ େବାର୍ଡ ରିେପାର୍ଟ ପ୍ରସ୍ତୁତ କରିଛନ୍ତି, ତାହା ସୂଚାଇ ଦେଉଛି। ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଚଳିତ ବର୍ଷ ଜୁନ୍-ଜୁଲାଇ ମାସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ମୌଳିକ ଭିତ୍ତିଭୂମି ମାନଦଣ୍ଡରେ ଏହି ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ସାମଗ୍ରିକ ଭାବେ ୧୧୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ଦ୍ବିତୀୟ ସ୍ଥାନରେ ରହିବାରେ ସକ୍ଷମ େହାଇଛି। ଜୁନ ମାସରେ ଏହା ୫୦.୮ ନମ୍ବର ପାଇଛି ୮୧ରୁ। ଜୁଲାଇରେ ୫୪.୬। ଉତ୍ତରାଖଣ୍ଡର ହରିଦ୍ବାର ୧ନମ୍ବର (ଜୁନରେ ୫୪.୬ ଓ ଜୁଲାଇରେ ୫୮.୯) ସ୍ଥାନରେ ରହିଛି।

ବଲାଙ୍ଗୀରକୁ ଛାଡ଼ିଦେଲେ ଓଡ଼ିଶାର ଗଜପତି (୫), କନ୍ଧମାଳ (୯) ଓ ରାୟଗଡ଼ା (୧୦) ଏହିଭଳି ୪ଟି ଜିଲ୍ଲା ପ୍ରଥମ ଦଶଟି ଜିଲ୍ଲା ଭିତରେ ରହିଛି। ହେେଲ ବଲାଙ୍ଗୀର ଜିଲ୍ଲା କୃଷି ଓ ଜଳସଂପଦ େକ୍ଷତ୍ରରେ େଢର୍ ପଛରେ (୧୦୪)ରେ ରହିଛି। ଏହି ଜିଲ୍ଲା ଶିକ୍ଷାରେ ୧୩ତମ ସ୍ଥାନରେ ଓ ସ୍ବାସ୍ଥ୍ୟ ଓ ପୁଷ୍ଟି େକ୍ଷତ୍ରରେ ୧୬ ନମ୍ବର ସ୍ଥାନରେ ରହିଛି।

ଆର୍ଥିକ ଅନ୍ତଭୁର୍କ୍ତୀକରଣ ଓ କୌଶଳ ବିକାଶ ମାନଦଣ୍ଡରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଛି। ସେହି ସମାନ ମାନଦଣ୍ଡରେ ଗଜପତି ଷଷ୍ଠ ସ୍ଥାନରେ ଥିବା ବେଳେ କନ୍ଧମାଳ ସପ୍ତମ ସ୍ଥାନରେ ରହିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କୌଶଳ ବିକାଶରେ କେରାପୁଟ ଓ ମାଲକାନଗିରି ଖରାପ ପ୍ରଦର୍ଶନ କରି ଯଥାକ୍ରମେ ୯୬ ଓ ୯୭ତମ ସ୍ଥାନରେ ରହିଛନ୍ତି।

ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ନବରଙ୍ଗପୁର ଷଷ୍ଠ ସ୍ଥାନରେ ରହିଛି। ମୌଳିକ ଭିତ୍ତିଭୂମି େକ୍ଷତ୍ରରେ େଢଙ୍କାନାଳ (୮୫), େକାରାପୁଟ (୧୦୩), କଳାହାଣ୍ଡି (୧୦୨), ମାଲକାନଗିରି (୧୦୫) ଜିଲ୍ଲାର ପ୍ରଦର୍ଶନ ନିରାଶା ସୃଷ୍ଟି କଲାଭଳି। କୃଷି ଓ ଜଳସଂପଦ େକ୍ଷତ୍ରରେ େଢଙ୍କାନାଳ(୮୮), ନବରଙ୍ଗପୁର (୮୮), ନୂଆପଡ଼ା (୮୮) ବି ବହୁ ପଛରେ ଅଛନ୍ତି। ଶିକ୍ଷା କ୍ଷେତ୍ରରେ କୋରାପୁଟ ଓ କଳାହାଣ୍ଡି ଉଲ୍ଲେଖନୀୟ ପ୍ରଦର୍ଶନ କରି ଯଥାକ୍ରମେ ୮ ଓ ୭ତମ ସ୍ଥାନରେ ରହିଛନ୍ତି।

ଆକାଂକ୍ଷୀ ଜିଲ୍ଲାର ପ୍ରଦର୍ଶନକୁ ପ୍ରତିଫଳିତ କରୁଥିବା ଡ୍ୟାସ୍‌ବୋର୍ଡରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ଜୁନ୍- ଜୁଲାଇରେ ନୂଆପଡ଼ା ୧୨, ଢେଙ୍କାନାଳ ୧୩, ନବରଙ୍ଗପୁର ୨୮, କଳାହାଣ୍ଡି ୩୨, ମାଲାକାନାଗିରି ୭୭ ଓ କୋରାପୁଟ ୮୬ତମ ସ୍ଥାନରେ ରହିଛି।

ଜଣେ ବରିଷ୍ଠ ପ୍ରଶାସକମାନଙ୍କର କହିବା କଥା େହଉଛି, ଏହି ବ୍ୟବସ୍ଥା ଆରମ୍ଭ େହବା ବେଳେ ଓଡ଼ିଶାର କିଛି ଅଧିକାରୀ ଏହାକୁ ବିେରାଧ କରୁଥିଲେ। ପ୍ରଭାବୀ ଜିଲ୍ଲା ଏଥିରେ ସବୁ ବେଳେ ଆଗରେ ରହିବ ବୋଲି କୁହାଯାଉଥିଲା। ମାତ୍ର ଧୀରେ ଧୀରେ େଦଖାଯାଉଛି, ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରଦର୍ଶନ, ଜିଲ୍ଲାରେ କାର୍ଯ୍ୟ କରୁଥିବା ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅନ୍ୟ ପଦାଧିକାରୀଙ୍କ କାର୍ଯ୍ୟ ଶୈଳୀ, ଦକ୍ଷତା, ଉତ୍ତରଦାୟିତ୍ବ ନିର୍ଣ୍ଣୟ େକ୍ଷତ୍ରରେ ଏହା ଏକ ମାପକାଠି ଭାବେ କାର୍ଯ୍ୟ କଲାଣି। ବିେଶଷକରି ସାମାଜିକ-ଅର୍ଥନୈତିକ ବିକାଶ େକ୍ଷତ୍ରରେ ରାଜ୍ୟ ଓ ଜିଲ୍ଲାର ସ୍ଥାନ ସଂପର୍କରେ ଏହି ଡ୍ୟାସ୍ େବାର୍ଡ ରିେପାର୍ଟ େବଶ୍ ପ୍ରଭାବୀ ସାବ୍ୟସ୍ତ େହଉଛି।

ଉେଲ୍ଲଖଥାଉକି, ସ୍ବାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି ଓ ଜଳ ସମ୍ପଦ, ଆର୍ଥିକ ଅନ୍ତଭୁର୍କ୍ତୀକରଣ ଓ କୌଶଳ ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ମାନଦଣ୍ଡକୁ ବିଚାରକୁ ନେଇ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ପ୍ରଦର୍ଶନକୁ ଅନୁଧ୍ୟାନ କରାଯାଏ। ସାମଗ୍ରିକ ରୢାଙ୍କିଙ୍ଗରେ ସ୍ବାସ୍ଥ୍ୟ ଓ ପୁଷ୍ଟିର ୩୦%, ଶିକ୍ଷାର ୩୦%, କୃଷି ଓ ଜଳ ସମ୍ପଦର ୨୦%, ଆର୍ଥିକ ଅନ୍ତର୍ଭୁକ୍ତୀକରଣର ୫%, କୌଶଳ ବିକାଶର ୫% ଓ ମୌଳିକ ଭିତ୍ତିଭୂମିର ଅବଦାନ ୧୦% ରହୁଛି।

ସମ୍ବନ୍ଧିତ ଖବର

Comments are closed.