ଆଜି ପୁଣି ନୀତି ବିଳମ୍ବ; ୩୦ ମିନିଟ୍‌ ଡେରିରେ ଆଳତି

ପୁରୀ : ହୁଗୁଳା ହୋଇଗଲାଣି ଶ୍ରୀମନ୍ଦିର ବ୍ୟବସ୍ଥା। ଶୃଙ୍ଖଳିତ ନୀତି ପାଇଁ ଯେଉଁ କଟକଣା ରହିଛି ତାହା ଆଉ କାମ କରୁନି। ଆଜି ଠାକୁରଙ୍କ ଦ୍ବାରଫିଟା ନୀତିରେ ୩୦ ମିନିଟ୍‌ ବିଳମ୍ବ ହୋଇଛି। ହେଲେ ରେକର୍ଡରେ ତାହା ଉଲ୍ଲେଖ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଭୋର ସାଢ଼େ ୪ଟା ସୁଦ୍ଧା ଦ୍ବାର ଫିଟା ହୋଇ ନୀତି ବଢ଼ିବ। ସେହି ଅନୁଯାୟୀ ଆଳତି ଓ ଅନ୍ୟାନ୍ୟ ପୂଜା ସଂପନ୍ନ ହେବ। ହେଲେ ଆଜି ଦ୍ବାର ଫିଟା ହେବା ବେଳକୁ ୪ଟା ୫୭ ହୋଇ ଯାଇଥିଲା। ଦ୍ବାର ଫିଟା ବିଳମ୍ବ ଯୋଗୁ ଆଳତି ବି ବିଳମ୍ବ ହୋଇଥିଲା। ହେଲେ ଏହି ବିଳମ୍ବକୁ ରେକର୍ଡ କରାଗଲାନାହିଁ। ନୀତି ବିଳମ୍ବ ହେଲେ ପାଉଣା କଟିବ। ମନ୍ଦିର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଆପଣେଇବା ଦ୍ବାରା ନୀତି ଶୃଙ୍ଖଳିତ ହୋଇଥିଲା। ଭିତରଚ୍ଛ ମହାପାତ୍ର ଠିକ୍‌ ସମୟରେ ଆସି ନୀତି ସମ୍ପାଦନା କରୁଥିଲେ। ହେଲେ ଗତ କିଛି ଦିନ ଧରି ନୀତି ବିଳମ୍ବ ପୁଣି ଆରମ୍ଭ ହେଲାଣି। ଗାରଦ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୪ଟା ୫୦ରେ ଦ୍ବାରଫିଟା ହୋଇଛି। ଏହା ପରେ ଅନ୍ୟାନ୍ୟ ନୀତି ହୋଇଛି। ନୀତିରେ କିଛି ବିଳମ୍ବ ହୋଇନଥିବା ଗାରଦ ପକ୍ଷରୁ କୁହାଯାଇଛି। ମାତ୍ର ଅଫିସରମାନଙ୍କ ଡ୍ୟୁଟି ସମୟକୁ ଦେଖିଲେ ନୀତି ବିଳମ୍ବ ହୋଇଛି।

ସମ୍ବନ୍ଧିତ ଖବର