ଗାଁରେ ରହିବା କ’ଣ ପାପ?, ବ୍ୟାଙ୍କ ନାହିଁ କି ଇଣ୍ଟରନେଟ୍ ନାହିଁ, ବିସି ବ୍ୟବସ୍ଥା ବି ଫେଲ୍, କେମିତି ମିଳିବ ୨% ରିହାତି

0

ଭୁବନେଶ୍ୱର, (ଭବାନୀ ଶଙ୍କର ତ୍ରିପାଠୀ): ବିଦ୍ୟୁତ ବିଲ୍ ଡିଜିଟାଲ ପେମେଣ୍ଟ କଲେ ଏଣିକି ୨% ରିହାତି ମିଳିବ। ନିକଟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗ୍ରାହକଙ୍କ ସୁବିଧା ଓ ବ୍ୟବସ୍ଥାରେ ସୁଧାର ଲାଗି ଏଭଳି ରାୟ ଶୁଣାଇଛନ୍ତି।

ହେଲେ ରାଜ୍ୟର କେତେ ଗ୍ରାହକ ଏଥିରୁ ଫାଇଦା ନେଇପାରିବେ? ଯେଉଁ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ନ ଥିବା କାରଣରୁ ଏହାର ଲାଭ ଉଠାଯାଇପାରିବ ନାହିଁ, ସେ କ୍ଷେତ୍ରରେ ହିତାଧିକାରୀଙ୍କ ପାଇଁ ଆୟୋଗଙ୍କ ବିକଳ୍ପ ସୂତ୍ରଟି କଣ? ଗୋଟିଏ ରାଜ୍ୟରେ କିଛି ଲୋକ ଗୋଟିଏ ସୁବିଧା ପାଇବେ ଓ ସମାନ ସୁବିଧାରୁ ଆଉ କିଛି େଲାକ କିଭଳି ବଞ୍ଚିତ ହେବେ? ଏଥିପାଇଁ କାହାକୁ ଦାୟୀ କରାଯିବ? ଇଏ କି ବ୍ୟବସ୍ଥା?

େକବଳ ଏଇ େଗାଟିଏ େକ୍ଷତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି େହଉଛି ତା’ ନୁେହଁ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି େଯାଜନା, କାଳିଆ, ଛାତ୍ରବୃତ୍ତି, େପନସନ୍, ଉଜ୍ଜ୍ବଳା, ଧାନ କିଣାବିକା ଆଦି ପ୍ରାପ୍ୟ ପ୍ରଦାନ େକ୍ଷତ୍ରରେ ସରକାର ଅନଲାଇନ୍ ପେମେଣ୍ଟ କଥା କହୁଛନ୍ତି। ସ୍ବଚ୍ଛତା ରକ୍ଷା ଦିଗରେ ଏହି ବ୍ୟବସ୍ଥା ବେଶ୍ ପ୍ରଭାବଶାଳୀ େହଉଛି ଓ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଯାଉଛି େବାଲି ଦାବି କରାଯାଉଛି।

ହେଲେ ବାସ୍ତବତା ହେଲା, ରାଜ୍ୟର ଦୁଇ ତୃତୀୟାଂଶ ପଞ୍ଚାୟତରେ ଏବେ ସୁଦ୍ଧା ବ୍ୟାଙ୍କ ସୁବିଧା ନାହିଁ। େକନ୍ଦ୍ର ସରକାରଙ୍କ ନିେର୍ଦଶ ଅନୁସାରେ, ପାଖାପାଖି ୭ କିେଲାମିଟର ଅବଧି ମଧ୍ୟରେ ବ୍ୟାଙ୍କ ଶାଖା ରହିବା କଥା। ଅଥଚ ଓଡ଼ିଶାରେ ଏଭଳି ସ୍ଥାନ ରହିଛି, େଯଉଁଠି ହିତାଧିକାରୀ ବ୍ୟାଙ୍କ ସେବା ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡ଼େ।

ଦୁଇ ବର୍ଷ ତଳେ କନ୍ଧମାଳ ଜିଲ୍ଲାର ଗୁମୁଡୁମାହା ଅଞ୍ଚଳରେ ହିତାଧିକାରୀ ନିଜ ପ୍ରାପ୍ୟ ଧରି େଫରିବା ବେଳକୁ ରାତି େହାଇଗଲା। ଆଉ ନକ୍ସଲ ସନ୍ଦେହରେ ପୁଲିସ ଗୁଳି ଖାଇଥିଲେ। ଜଣେ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କ ଜୀବନ ଯାଇଥିଲା। ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା କାରଣରୁ ପ୍ରାପ୍ୟ ପାଇବା ପାଇଁ ସେମାନଙ୍କୁ ୩୫ କିେଲାମିଟର ଯିବାକୁ ପଡ଼ିଥିଲା। ସକାଳୁ ଯାଇଥିବା ବ୍ୟକ୍ତି େଫରିବା ବେେଳ ପ୍ରାପ୍ୟ ଅର୍ଥରୁ ଅଧା ବ୍ୟୟ କରିବାକୁ ପଡୁଛି। େଗାଟିଏ ଦିନ ବରବାଦ ବି େହଉଛି। େଯମିତି ସେମାନଙ୍କ ପାଇଁ ସମୟର ମୂଲ୍ୟ ନାହିଁ।

ଗୁମୁଡୁମାହା ଘଟଣାକୁ ସରକାର ଆଇନଶୃଙ୍ଖଳା ଦିଗରୁ ବିଚାର କଲେ। ସେ ଦିଗରେ ସମସ୍ତେ ତନାଘନା କଲେ। ହେଲେ ଆବଶ୍ୟକ ଭିତ୍ତିଭୂମି ନଥିବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଲା, ଏକଥା କେହି େହଜି ପାରିନାହାନ୍ତି। ପରିଣାମ ହେଲା, ୨୦୧୭ ଜୁଲାଇ ୮ ତାରିଖର ଏହି ଘଟଣାକୁ ପାଖାପାଖି ଦୁଇ ବର୍ଷ ଛୁଇଁବ। ଏବେ ବି ରାଜ୍ୟର ଏଭଳି ହଜାର ହଜାର ଗାଁ ରହିଛି, େଯଉଁଠି ଲକ୍ଷ ଲକ୍ଷ େଲାକ ଅନୁରୂପ ପରିସ୍ଥିତିର ସାମ୍ନା କରୁଛନ୍ତି। ପଞ୍ଚାୟତକୁ ୟୁନିଟ୍ କରି ବ୍ୟାଙ୍କ ସେବା ଉପଲବ୍ଧ କରାଇବା େକ୍ଷତ୍ରରେ ଆବଶ୍ୟକ ବ୍ୟବସ୍ଥା କରିବାରେ ସରକାରୀ ବିଫଳତା ଜଳ ଜଳ େହାଇ ଦିଶୁଛି।

ସରକାରୀ ପରିସଂଖ୍ୟାନକୁ ନିରେଖି ଦେଖିଲେ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। ରାଜ୍ୟର ପାଖାପାଖି ୫୧ହଜାର ଗାଁ ମଧ୍ୟରୁ ୧୧ ହଜାର ଗାଁରେ ଏବେ ବି ଇଣ୍ଟରନେଟ୍ ସେବା ଉପଲବ୍ଧ ନୁେହଁ। ମାତ୍ର ୨୦୩୨ଟି ପଞ୍ଚାୟତରେ ଭାରତ େନଟ୍ େଫାନ୍ ସେବା େଯାଗାଇ ଦିଆଯାଇଛି। ଅର୍ଥାତ୍ ବାକି ପଞ୍ଚାୟତ ଅନ୍ତର୍ଗତ ଗାଁ ଓ ପଡାରେ ବସବାସ କରୁଥିବା େଲାକ ଇ-ସେବା କିଭଳି ପାଇବେ? ସେମାନଙ୍କ ପାଇଁ ସରକାର କି ବିକଳ୍ପ ବ୍ୟବସ୍ଥା କରିଛନ୍ତି? ରାଜ୍ୟରେ େଯଉଁ ସବୁ ସ୍ଥାନରେ ଇଣ୍ଟରେନଟ୍ ବା ବ୍ୟାଙ୍କ ସେବା ଉପଲବ୍ଧ ନାହିଁ, ଡିଜିଟାଲ େପମେଣ୍ଟ ପାଇଁ ସେଠାରେ ହିତାଧିକାରୀ କାହିଁକି ରାଜ୍ୟ ସରକାରଙ୍କ ସୁବିଧାର ଲାଭ ପାଇବେ ନାହିଁ?

ରାଜ୍ୟରେ କାର୍ଯ୍ୟ କରୁଥିବା ୩୮ଟି ବ୍ୟାଙ୍କ ମଧ୍ୟରୁ ୨୧ଟି ସରକାରୀ ବ୍ୟାଙ୍କ ଓ ୧୭ଟି ଘରୋଇ ବ୍ୟାଙ୍କ ରହିଛି। ଉଜ୍ଜୀବନ ଭଳି ତିନିଟି େଛାଟ ପେମଣ୍ଟ ବ୍ୟାଙ୍କ ବି କାର୍ଯ୍ୟାଳୟ େଖାଲିଲେଣି। ସରକାର ଏତେ ତତ୍ପର େଯ ଗତ ବର୍ଷକ ମଧ୍ୟରେ ୨୦ଟି ନୂଆ ଶାଖା ବି େଖାଲାଯାଇପାରିଲା ନାହିଁ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓଡ଼ିଶାର ସବୁ ସ୍ଥାନରେ ଇଣ୍ଟରନେଟ୍ ଓ ବ୍ୟାଙ୍କ ସେବା ଉପଲବ୍ଧ ନାହିଁ। ବ୍ୟାଙ୍କଗୁଡ଼ିକ ଶାଖା େଖାଲିବା ଲାଭଜନକ ହେଉନଥିବା କାରଣରୁ ବିଜିନେସ୍ କରେସପଣ୍ଡେଣ୍ଟ୍ (ବିସି) ନିଯୁକ୍ତି ଦିଆଯାଇଛି। ଏମାେନ ଗାଁ ଗଣ୍ଡା ବୁଲି େଲାକଙ୍କ ଦୁଆର ମୁହଁରେ ସେବା ଉପଲବ୍ଧ କରାଇବେ।

େହଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବ୍ୟବସ୍ଥାଟି ବି ଓଡ଼ିଶାରେ େଫଲ୍ ମାରିଛି। ନିଜେ ଅଧିକାରୀମାନେ ସ୍ବୀକାର କରୁଛନ୍ତି େଯ ଅଧିକାଂଶ ବିସି ବ୍ୟାଙ୍କରେ ରହୁଛନ୍ତି, ଗାଁ ଗଣ୍ଡାରେ କମ୍। ଏ ସଂପର୍କରେ ଅନୁଧ୍ୟାନ କରାଯିବାରେ ତିନିଟି କାରଣ ସାମ୍ନାକୁ ଆସିଛି।

ପ୍ରଥମତଃ ବିସିମାନେ ବସିବା ପାଇଁ ଜାଗା ନାହିଁ। ସେମାନଙ୍କୁ େଲାକେ କେଉଁଠି ପାଇବେ? ଦ୍ବିତୀୟତଃ, ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନ ଥିଲେ, େନଟ୍ ବ୍ୟାଙ୍କିଙ୍ଗ୍ ହେବ କେମିତି? ତୃତୀୟତଃ, ଅଧିକାଂଶ ସମୟରେ େମସିନ୍ ଖରାପ ରହୁଛି ବା କାମ କରୁନି। ଏଣୁ ସେମାନେ ବ୍ୟାଙ୍କରେ ରହି ସଂପୃକ୍ତ ଶାଖାକୁ ସହଯୋଗ କରୁଛନ୍ତି। ଏଥିରେ ସେମାନଙ୍କର ପ୍ରାପ୍ୟରେ ସମସ୍ୟା ରହୁନି, କାରଣ ଖାତା ଆଦି େଖାଲିବା କାର୍ଯ୍ୟ ସେମାନେ ସେହିଠାରେ ହିଁ କରୁଛନ୍ତି। େଲାକଙ୍କ ସମସ୍ୟା କିନ୍ତୁ େଯଉଁଠି ଥିଲା ସେଇଠି ରହିଛି।

େଗାଟିଏ ଉଦାହରଣ, ଏହି ବ୍ୟବସ୍ଥାର ଅସଲ ସ୍ବରୂପକୁ ସାମ୍ନାକୁ ଆଣିଛି। କୌଣସି ଦୁର୍ଗମ କି ନକ୍ସଲ ପ୍ରଭାବିତ ଅଞ୍ଚଳ ନୁେହଁ; ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ମାଡ଼ରେ ଓଡ଼ିଶାର ଉପକୂଳବର୍ତୀ ଅଞ୍ଚଳରେ ସବୁ ସେବା ବ୍ୟାହତ ହେଲା। ଇଣ୍ଟରନେଟ୍, ବିଦ୍ୟୁତ ସେବାରେ ସୁଧାର ଆସିବା ପରେ ବି କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଏଟିଏମ୍ ସଚଳ େହାଇପାରିଲା ନାହିଁ। ଏ ସମୟରେ ବିସି କି କାମରେ ଲାଗିଲେ? ସେମାନଙ୍କ ଉପସ୍ଥିତିରୁ େଲାକେ କି ଫାଇଦା ପାଇଲେ?

ପ୍ରତି ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ରହିଛି। ସରକାର ଅଧିକାଂଶ ପଞ୍ଚାୟତକୁ ଇଣ୍ଟରନେଟ୍ ସେବା ବି େଯାଗାଇ େଦଲେଣି। ଏକ ନିର୍ଦିଷ୍ଟ ସମୟ ପାଇଁ ସେଠାରେ ଏହି ବିସିମାନେ ବସି ଲୋକଙ୍କୁ ସେବା େଯାଗାଇ ଦେବାରେ ସମସ୍ୟା େକଉଁଠି? ପ୍ରତି ପଞ୍ଚାୟତରେ ନ େହଲେ ନାହିଁ, ପାଖାପାଖି କିଛି ପଞ୍ଚାୟତକୁ ଏକାଠି କରି େଗାଟିଏ ବ୍ୟାଙ୍କ ଶାଖା େଖାଲିବାରେ ସମସ୍ୟା େକଉଁଠି? ଏମିତିରେ ବି ରାଜ୍ୟର ପ୍ରମୁଖ ବ୍ୟାଙ୍କମାନେ େଯତିକି ଜମା ସଂଗ୍ରହ କରୁଛନ୍ତି, କୃଷି ଋଣ ପ୍ରଦାନ େକ୍ଷତ୍ରରେ ସେମାନଙ୍କର ଅବଦାନ କମ ରହିଛି। ସରକାର େଯଉଁ ସବୁ ବ୍ୟାଙ୍କରେ ନିଜର ଅର୍ଥ ଜମା କରୁଛନ୍ତି, େସ େକ୍ଷତ୍ରରେ ନୂଆ ଶାଖା େଖାଲିବା ପାଇଁ ଏକ ସର୍ତ ରଖାଯାଉନି କାହିଁକି?

ପ୍ରକାଶଥାଉକି, ନିୟମିତ ବ୍ୟବଧାନରେ ରାଜ୍ୟ ସରକାର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ କରୁଛନ୍ତି। ଅର୍ଥମନ୍ତ୍ରୀ, ମୁଖ୍ୟଶାସନ ସଚିବ ଏଥିରେ େଯାଗ ଦିଅନ୍ତି। ବୈଠକ େଶଷରେ ଟାସ୍କ ସଂପର୍କରେ ସୂଚାଇ ଦିଆଯାଏ। ମାତ୍ର ହିସାବ କହୁଛି, ଅଧିକାଂଶ ସମୟରେ ଏଥିରୁ ଅଧା ବି ପୂରଣ େହଉନାହିଁ। ସରକାରଙ୍କ ଚାପ କାମ ଦେଉନାହିଁ।

ଅନ୍ୟପଟରେ ଟେଲି େସବା ବ୍ୟବସ୍ଥାରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ େକନ୍ଦ୍ର ସରକାରଙ୍କୁ ଚିଠି େଲଖିଛନ୍ତି। ହେଲେ ଅନ୍ ଲାଇନ୍ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି େକନ୍ଦ୍ର ସରକାର ଚାପ ସୃଷ୍ଟି କଲାବେଳେ ଏ େକ୍ଷତ୍ରଟିକୁ ରାଜ୍ୟ ସରକାର େଯଭଳି ଦୃଢତାର ସହିତ ସାମ୍ନାକୁ ଆଣିବା କଥା ତାହା ପରିଲକ୍ଷିତ େହଉନାହିଁ।
ତେଣୁ ପ୍ରଶ୍ନ ଉଠୁଛି ଗାଁ, ଦୁର୍ଗମ ବା ପଡ଼ାରେ ରହିବା କଣ ପାପ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.