ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କର ବଡ଼ ନିଷ୍ପତ୍ତି, ଆବଶ୍ୟକ ହେବନି ସିସିଆର

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି | ଏଣିକି ରାଜ୍ୟର ଗ୍ରୁପ୍-୩ କର୍ମଚାରୀଙ୍କ ପଦୋନ୍ନତି ଲାଗି ସିସିଆର ଦରକାର ପଡ଼ିବନି ବୋଲି ନିଷ୍ପତ୍ତି ନିଆଯାଇଛି | କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି | ସରକାରୀ କର୍ମଚାରୀଙ୍କ ପାଇଁ ଏହି ସିସିଆର ବହୁ ଗୁରୁତ୍ୱ ରଖିଥାଏ | ପ୍ରତି ବର୍ଷ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ସିସିଆର ବା ଚରିତ୍ର ପଞ୍ଜିକା ଦେବାକୁ ପଡିଥାଏ |

ଏଥିପାଇଁ ଉପରିସ୍ଥ ଅଧିକାରୀ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି | କିନ୍ତୁ ଏବେ ଗ୍ରୁପ ୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦେବାର ଆବଶ୍ୟକତା ନାହିଁ | ନିଜ ବିଭାଗର ବରିଷ୍ଠ ଅଧିକାରୀ କେବଳ ସୁପାରିଶ କରିଦେଲେ କର୍ମଚାରୀଙ୍କର ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ୨୦୧୯ ମସିହାରେ ବାବୁ ଓ ସରକାରୀ କର୍ମଚାରୀଙ୍କ ସିସିଆରରେ ବି ‘୫ଟି’ ସାମିଲ କରାଯାଇଥିଲା। ମୋଟ ୧୦ ନମ୍ବରରୁ ୮ ନମ୍ବର ପୂର୍ବରୁ ନିର୍ଧାରିତ ମାପକାଠି ଅନୁସାରେ ଦିଆଯିବ। ବାକି ୨ ନମ୍ବର ‘୫ଟି’ ପାଇଁ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଫର୍ମୁଲା କାର୍ଯ୍ୟାନ୍ବୟନ ଯେତେ ଭଲ କରିବେ, ସେମାନଙ୍କୁ ୨ମାର୍କରୁ ସେତିକି ମିଳିବ ବୋଲି କୁହାଯାଇଥିଲା |

ସମ୍ବନ୍ଧିତ ଖବର