ଏ ବର୍ଷ ବିଜୁଳି ଦର ବଢିବ ନାହିଁ, ଓଇଆରସି ପକ୍ଷରୁ ସୂଚନା

ଭୁବନେଶ୍ୱର : ସାଧାରଣ ଖାଉଟିଙ୍କ ପାଇଁ ଖୁସି ଖବର । ଏବର୍ଷ ରାଜ୍ୟରେ ବିଜୁଳି ଦର ବଢିବ ନାହିଁ । ଏ ସଂପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଘୋଷଣା କରାଯାଇଛି ।

ବିଜୁଳି ଦର ବଢାଇବା ପାଇଁ ରାଜ୍ୟର ବିଦ୍ୟୁତ ଉତ୍ପାଦନ କମ୍ପାନି ଓ ବିତରଣ କମ୍ପାନିମାନେ ଓଇଆରସି ନିକଟରେ ଦାବି କରିଆସୁଥିଲେ । ଗତ ମାସରେ ଓଇଆରସିପକ୍ଷରୁ ଅନୁଷ୍ଠିତ ଜନଶୁଣାଣୀରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଓ ଓଡ଼ିଶା ପାଓ୍ଵାର ଜେନେରେସନ କର୍ପୋରେସନ (ଏପିଜିସି) ତରଫରୁ ଦାବି କରାଯାଇଥିଲା । ସେହିପରି ଗ୍ରୀଡକୋ, ନେସକୋ, େଓ୍ଵସକୋ ଓ ସାଉଥ୍‌କୋ ଓ ସେସୁ ମଧ୍ୟ ଦର ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ । ଭିତ୍ତିଭୂମି ଖର୍ଚ୍ଚ ବଢିଥିବାରୁ ଦର ବୃଦ୍ଧି ପାଇଁ ଏହି କମ୍ପାନିମାନେ ଦାବି କରୁଥିଲେ ।

କିନ୍ତୁ ଏହି ଜନଶୁଣାଣୀରେ ଦର ବୃଦ୍ଧିକୁ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ବିରୋଧ କରାଯାଇଥିଲା । ଖରାପ ପରିଚାଳନା ଯୋଗୁଁ ଏସବୁ କମ୍ପାନିମାନେ କ୍ଷତିରେ ଚାଲୁଛନ୍ତି, ଏଥିପାଇଁ ଖାଉଟି ମୁଣ୍ଡରେ ବୋଝ ଲଦିବା ଉଚିତ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।
ଗତ ବର୍ଷ ଓଇଆରସି ପକ୍ଷରୁ ବିଜୁଳି ଦର ୟୁନିଟ ପିଛା ୧୦ ପଇସା ବୃଦ୍ଧି କରାଯାଇଥିଲା । ଏବେ ପ୍ରଥମ ୫୦ ୟୁନିଟ୍‌ ପାଇଁ ଦର ୟୁନିଟ୍‌ ପିଛା ୨ ଟଙ୍କା ୫୦ ପଇସା ଥିବାବେଳେ ୫୦ ୟୁନିଟରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ୍‌ ପିଛା ୪ଟଙ୍କା ୩୦ ପଇସା ରହିଛି । ୨୦୦ରୁ ୪୦୦ ୟୁନିଟ ପାଇଁ ଦର ୫ଟଙ୍କା ୩୦ ପଇସା ରହିଛି ।

ସମ୍ବନ୍ଧିତ ଖବର