ଶାରଳା ପୀଠରେ ସାଇନବୋର୍ଡ : ବିନା ‘ହେଲମେଟ୍’ରେ ମଟରସାଇକେଲ୍ ପୂଜା କରାଯିବ ନାହିଁ

ଜଗତସିଂହପୁର: ଆମେ ଦୁଃଖିତ ! ବିନା ‘ହେଲମେଟ୍’ ମଟରସାଇକେଲ୍ ପୂଜା କରାଯିବ ନାହିଁ – ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ଶାରଳା ମନ୍ଦିରରେ ଦେଖିବାକୁ ମିଳିଛି ଏପରି ସଡକ ସୁରକ୍ଷା ବୋର୍ଡ । ପୁଲିସ ପ୍ରଶାସନ ଓ ମନ୍ଦିର ପ୍ରଶାସନର ସହମତିରେ ଏଭଳି ବୋର୍ଡ ଲଗାଯାଇଛି । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବିନା ହେଲମେଟରେ ଆଉ ବାଇକ ପୂଜା କରାଯିବ ନାହିଁ । ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିରରେ ପୂଜା ପାଇଁ ପ୍ରତିଦିନ ଶତାଧିକ ୨ ଚକିଆ ଓ ୪ ଚକିଆ ଗାଡି ଆସିଥାଏ । ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏକ ସଡକ ସୁରକ୍ଷା ସଂକ୍ରାନ୍ତ ସାଇନ ବୋର୍ଡ ମନ୍ଦିର ସମ୍ମୁଖରେ ଲଗାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ହୋଇଛି ବିନା ହେଲମେଟରେ ଏଠାରେ ବାଇକ ପୂଜା କରାଯିବ ନାହିଁ । ପୂର୍ବରୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ତେଲ ଟାଙ୍କି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ବୋର୍ଡ ଲଗାଯାଇଛି।

ଏବେ ମନ୍ଦିରରେ ଲାଗିଥିବା ଏହି ବୋର୍ଡକୁ ନେଇ ଗାଡି ଚାଳକ ଓ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି । ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଏହି  ଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଏହାକୁ ସହମତି ଜଣାଇଛି ମନ୍ଦିର ପ୍ରଶାସନ । ଏହି ନିୟମକୁ ସବୁ ଦିନ ପାଇଁ ପାଳନ କରାଗଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର