ଥାନାରେ ମିଳୁନି ଗାଡି ପାସ, ସ୍ପଷ୍ଟ କଲେ ପୁଲିସ କମିସନର

ଭୁବନେଶ୍ୱର: ଥାନାରେ ମିଳୁନି ଗାଡ଼ି ପାସ୍ | କେବଳ ଜରୁରୀ ସେବା ପାଇଁଁ ପାସ୍ ଯୋଗାଇ ଦିଆଯାଉଛି । ଟ୍ୱିନ୍ ସିଟିର ଥାନାରେ ଲୋକଙ୍କୁ ଭିଡ଼ ନ କରିବାକୁ ପୁଲିସ କମିସନର ଅନୁରୋଧ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଗାଡି ପାସ୍ ନେବାକୁ ଥାନାରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗୋଟେ ପଟେ ସାମାଜିକ ଦୂରତା ପାଇଁ ବାରମ୍ବାର କୁହାଯାଉଥିବା ବେଳେ ଭିଡକୁ ନ ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ଆଉ ଏତିକି ବେଳେ ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡର ଚିତ୍ର ସାମ୍ନାକୁ ଆସିଛି ।

ତାଲା ବନ୍ଦ ସମୟରେ ଯଦି ଆପଣ ଅତି ଆବଶ୍ୟକରେ କାମ ଘରୁ ବାହାରୁଛନ୍ତି ତାହା ହେଲେ ଆପଣ ପାସ କରିବା ବାଧ୍ୟତାମୂଳକ । ଆସନ୍ତାକାଲି ସୁଦ୍ଧା ପାସ୍ କଲେ ପରଦିନ ଅର୍ଥାତ୍ ବୁଧବାର ଠାରୁ ତାଲା ବନ୍ଦ ସମୟରେ ଗାଡି ଚଳାଇ ପାରିବେ । ଆଉ ପାସ୍ ନଥିଲେ କିମ୍ବା ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସକାଳେ ପୁଲିସ କମିସନର କହିଥିଲେ । ତେବେ ଗାଡି ପାସ୍ ଥାନାରୁ ଆଣିବା ପାଇଁ କମିସନର କହିବା ପରେ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି ।

ଆଉ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ପୁଲିସ କମିସନର | ଥାନାରେ କୌଣସି ଗାଡିର ପାସ ମିଳୁନାହିଁ, କେବଳ ଜରୁରୀ ସେବା ଲାଗି ପାସ ଯୋଗାଇ ଦିଆଯାଉଥିବା କମିସନର କହିଛନ୍ତି |

ସମ୍ବନ୍ଧିତ ଖବର