ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆରେ ବାରବାଟୀ ଷ୍ଟାଡିୟମକୁ ପଲିଥିନ୍ ନେବା ମନା

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ‌ ସମୟରେ ବାରବାଟୀ ଷ୍ଟାଡିୟମକୁ ପଲିଥିନ୍ ନେବା ବ‌ାରଣ କରାଯାଉଛି । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ହେବାକୁ ଥିବା ବାରବାଟୀ ଦିନିକିଆରେ ପଡିଆ ଭିତରକୁ ପଲିଥିନ୍ ନେଇପାରିବେନି ଦର୍ଶକ । ଆଜି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ବାରବାଟୀର ୭ନଂ ଗ୍ୟାଲେରି ବନ୍ଦ ରଖିବ ଓଡିଶା କ୍ରିକେଟ୍ ଆସୋସିଏସନ୍ । ୭ନଂ ଗ୍ୟାଲେରି ବନ୍ଦ ହେଉଥିବାରୁ  ୫ ହଜାର ଟିକେଟ୍ ବିକ୍ରି କମିବ ବୋଲି ସୂଚନା ମିଳିଛି।

ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । ବାରବାଟୀ ଦିନିକିଆରେ ମୁଖ୍ୟଅତିଥି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମ୍ୟାଚକୁ ଦୃଷ୍ଟିରେ ରଖି ଡିସେମ୍ବର ୧୫ ତାରିଖ ସୁଦ୍ଧା ଷ୍ଟାଡିୟମ୍ ନିକଟ କାମ ସାରିବାକୁ ଜାଇକାକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟାଡିୟମ୍ ନିକଟ ପରିମଳ ବ୍ୟବସ୍ଥା ଉପରେ ନଜର ଦେବ  କଟକ ମହାନଗର ନିଗମ।

ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ତିନିଥର ଦିନିକିଆ ମୁକାବିଲା ହୋଇଛି। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା ୧୯୯୪ ନଭେମ୍ବର ୯ ତାରିଖରେ। ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ବାରବାଟୀରେ ଖେଳାଯାଉଥିବା ବେଳେ ଏଠାରେ ମ୍ୟାଚ ଜିତି ଭାରତ ଆଗୁଆ ଶୃଙ୍ଖଳା ବିଜୟୀ ହୋଇଥିଲା। ଏଠାରେ ଖେଳିବା ପୂର୍ବରୁ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଥିଲା।
ସମ୍ବନ୍ଧିତ ଖବର