ଏଣିକି ବେସରକାରୀ ଡାକ୍ତରଖାନାରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ !

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ଯୋଗାଇଦେବାକୁ ମନାକଲେ ବେସରକାରୀ ଡାକ୍ତରଖାନା । ଆଜି ଏ ନେଇ ଘୋଷଣା କରିଛନ୍ତି ଅଲ ଓଡିଶା ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବିଶମେଂଟ ଫୋରମ । ଏ ନେଇ ଫୋରମ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଛି । ଫୋରମ ଅଭିଯୋଗ କରିଛି ସରକାର ଠିକ ସମୟରେ ବୀମା ଟଙ୍କା ଦେଉନାହାନ୍ତି । ଏହାଛଡା ସୁରକ୍ଷା ଓ ପଞ୍ଜୀକରଣ ନୀତି କୋହଳ କରିବାକୁ ଦାବି କରିଛି ଫୋରମ୍ ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଜନାରେ ସେବା ଯୋଗାଇଥିବା ଘରୋଇ ହସ୍ପିଟାଲମାନଙ୍କର ସରକାରଙ୍କ ଉପରେ ବାକିରେ ପଡିଛି କୋଟି କୋଟି ଟଙ୍କା ।

ଏହି ପ୍ରାପ୍ୟ ପାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ଆଣିଛି ବେସରକାରୀ ଡାକ୍ତରଖାନା ସଂଘ । ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ବାବଦରେ ପ୍ରାପ୍ୟ ଅର୍ଥ ତୁରନ୍ତ ପ୍ରଦାନ ନ କଲେ ଏଥିରୁ ଓହରିଯିବେ ବେସରକାରୀ ହସପିଟାଲ ବୋଲି ପୂର୍ବରୁ ସଂଘ ପକ୍ଷରୁ ଧମକ ମଧ୍ୟ ଦେଇଥିଲା ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ।

ସାଧାରଣ ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିଥିଲେ ରାଜ୍ୟ ସରକାର । ଆଉ ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳା ମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳୁଛି ।

ସମ୍ବନ୍ଧିତ ଖବର