ପ୍ରଶାସନ ମାନିଲା: ସୁନ୍ଦରଗଡ଼ର ୧୨୬ ଗାଁ ଅପହଞ୍ଚ

ରାଉରକେଲା : ସୁନ୍ଦରଗଡ଼ରରେ ୧୨୬ଟି ଗାଁ ଅପହଞ୍ଚ। ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି) ସରକାରଙ୍କୁ ଏ ସମ୍ପର୍କିତ ଏକ ରିପୋର୍ଟ ଦାଖଲ କରିଛି। ରିପୋର୍ଟ ଅନୁସାରେ, ଜିଲ୍ଲାର ୧୭ଟି ବ୍ଲକରୁ ୧୩ଟି ବ୍ଲକର ୧୨୬ଟି ଗାଁକୁ ଏବେ ବି ସବୁଦିନିଆ ରାସ୍ତା ନାହିଁ ବୋଲି ଦର୍ଶାଇଛି ବିଭାଗ। ତନ୍ମଧ୍ୟରେ ଟାଙ୍ଗରପାଲି ବ୍ଲକରେ ୨ଟି ଗାଁ, ସବଡେଗାରେ ୪, ରାଜଗାଙ୍ଗପୁରରେ ୪୭, ବଡ଼ଗାଁରେ ୨, ନୂଆଗାଁରେ ୧୨, ଲହୁଣିପଡ଼ାରେ ୩, କୋଇଡ଼ାରେ ୮, ବଣାଇଁଗଡ଼ରେ ୫, ବିଶ୍ରାରେ ୪, କୁଆରମୁଣ୍ଡାରେ ୧୯, ଲାଠିକଟାରେ ୫, ଲେଫ୍ରିପଡ଼ାରେ ୮, ବାଲିଶଙ୍କରା ବ୍ଲକରରେ ୭ଟି ଗାଁକୁ କେବଳ ପାଦଚଲା ବାଟ ରହିଥିବା ବିଭାଗ ସୂଚୀତ କରିଛନ୍ତି। ତେବେ ଏହା କେବଳ ୧୩ଟି ବ୍ଲକର ସରକାରୀ ରିପୋର୍ଟ। ପ୍ରକୃତରେ ଜିଲ୍ଲାର୧୭ଟି ବ୍ଲକର ବଣପାହାଡ଼ ଘେରା ଅଞ୍ଚଳରେ ଏହି ସଂଖ୍ୟା ଆହୁରି ଅଧିକ।

ସମ୍ବନ୍ଧିତ ଖବର