ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ ୧୯ ତାରିଖ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଥିଲା। ଗତ ଦୁଇ ଦିନ ହେଲା ଭଦ୍ରକ ଜିଲ୍ଲାରେ ଆଉ ନୂଆ ଆକ୍ରାନ୍ତ ବାହାରି ନଥିବାବେଳେ ଦୁଇ ଦିନ ହେଲା ଭଦ୍ରକ ପାଇଁ ଖୁସି ଖବର ଆଣିଛି। ଗତକାଲି ୨ ସୁସ୍ଥ ହୋଇଥିବାବେଳେ ଆଜି ପୁଣି ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ କଟକ କୋଭିଡ୍ ହସପିଟାଲରୁ ନିଜ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରୁ ୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆହୁରି ୬୫ଟି ଆକ୍ଟିଭ୍ କେସ୍ ରହିଛି। ଏମାନେ ସମସ୍ତେ କଟକ କୋଭିଡ୍ ହସିପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହା ଭିତରେ ଜିଲ୍ଲାକୁ ୧୨ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ସଂଗରୋଧ କେନ୍ଦ୍ରରେ ରହିଥିବାବେଳେ ଆଉକିଛି ପ୍ରବାସୀ ସେମାନଙ୍କର ସଂଗରୋଧ ଅବଧି ଶେଷ କରି ନିଜ ଘରକୁ ଫେରି ଯାଇଛନ୍ତି। ଜିଲ୍ଲାରେ ପ୍ରଥମରୁ ୧୦ ହଜାର ଲୋକ ରହିବା ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯାଇଥିଲା। ଏବେ ଏହାକୁ ବୃଦ୍ଧି କରାଯାଇ ୨୦ ହଜାର କରାଯାଇଛି।
/sambad/media/post_attachments/wp-content/uploads/2020/05/7c9fde62-d355-471a-a4ba-3cf680c4ea5e-300x225.jpg)
ପ୍ରତିଦିନ ଅଧିକ ସଂଖ୍ୟକ ପ୍ରବାସୀ ଭଦ୍ରକ ଜିଲ୍ଲାକୁ ଫେରୁଥିବା ବେଳେ ଏହି ପ୍ରବାସୀଙ୍କ ଫେରିବା ଓ ସେମାନଙ୍କ ସ୍ବାବ ଟେଷ୍ଟ କରିବା ଓ ସେମାନଙ୍କୁ ପୁଣି ସଂଗରୋଧ କେନ୍ଦ୍ରରେ ରଖି ଖାଇବା ପିଇବା ଦେବା ପ୍ରଶାସନ ପାଇଁ ଅଧିକ ଚିନ୍ତା ବଢାଇଛି। ଅନ୍ୟପକ୍ଷରେ ଆଜି ପ୍ରଶାସନ ପକ୍ଷରୁ ଭଦ୍ରକ ସହର ସମେତ ଜିଲ୍ଲାର ସବୁ ବ୍ଲକ ଓ ପୌରାଞ୍ଚଳ ଦୋକାନ ବଜାର ଖୋଲାଖୋଲି କରାଯାଇଥିବା ବେଳେ ଉଭୟ ଲୋକ ଓ ସାଧାରଣ ଲୋକ ସାମାଜିକ ଦୂରତା ରକ୍ଷା କରିବା ଭୁଲି ଯାଇଛନ୍ତି। ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବାବେଳେ ଲୋକମାନେ ଏଭଳି ଅସଚେତନ ହେଲେ ପୁଣି ଆଗାମୀ ଦିନରେ ଉଭୟ ପୁଲିସ ଓ ପ୍ରଶାସନର ଚିନ୍ତା ବଢାଇବ ବୋଲି ବୁଦ୍ଧିଜୀବୀ କହିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/36d11a3b-3a81-4433-bb28-0f9489973884.jpg)