ଭୁବନେଶ୍ବର : ରାଜ୍ୟ ସରକାର ୨୦୦୪ ମସିହାରେ ‘ଓଡ଼ିଶା ଜଳ ଯୋଜନା-୨୦୦୪’ ଅନୁସାରେ ୨୦୫୧ ଜନସଂଖ୍ୟାକୁ ନେଇ ମୁଣ୍ଡପିଛା ଜଳର ପରିମାଣ ଆକଳନ କରିଛନ୍ତି। ଏହା ବାର୍ଷିକ ହାରାହାରି ୨୨୧୮ ଘନମିଟର ଅଟେ। ମୁଣ୍ଡପିଛା ଜଳର ପରିମାଣ ବାର୍ଷିକ ହାରାହାରି ଏକ ହଜାର ଘନମିଟରରୁ କମ୍ ହେଲେ ତାହା ଜଳ ସଙ୍କଟ ରୂପେ ପରିଗଣିତ ହୁଏ। ୨୦୦୪ ମସିହାର ଆକଳନ ଅନୁଯାୟୀ ଓଡ଼ିଶାର କୌଣସି ନଦୀ ଅବବାହିକା ଅଞ୍ଚଳରେ ୨୦୫୧ ମସିହା ସୁଦ୍ଧା ଜଳ ସଙ୍କଟ ଆଶଙ୍କା ଦେଖାଯାଇ ନ ପାରେ। ଆଜି ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହା ଦର୍ଶାଇଛନ୍ତି। ରାଜ୍ୟରେ ‘ସମନ୍ବିତ ଜଳ ପରିଚାଳନା’ ଯୋଜନା ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଜଣାଇଛନ୍ତି, ଏ ପର୍ଯ୍ୟନ୍ତ ଏହି ଯୋଜନା ଚୂଡ଼ାନ୍ତ ହୋଇ ନାହିଁ।
୨୦୫୧ ସୁଦ୍ଧା ରାଜ୍ୟରେ ଜଳସଙ୍କଟ ଆଶଙ୍କା ନାହିଁ
/sambad/media/post_attachments/wp-content/uploads/2019/11/water-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)