ସାର୍ବଜନୀନ ହେବ ନାହିଁ ବ୍ରହ୍ମ ବିଭ୍ରାଟ ରିପୋର୍ଟ: ସୂଚନା ଅଧିକାର ଆଇନ ବାହାରେ ରଖାଯିବାକୁ ନିଷ୍ପତ୍ତି

0 353

ପୁରୀ: ଶ୍ରୀଜିଉଙ୍କ  ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ। ଗୁରୁବାର ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।  ଆଜି ବୈଠକ ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ତେବେ ଯେଉଁ ୧୦ରୁ ୧୫ଜଣ ସେବାୟତ ବ୍ରହ୍ମ ବିଭ୍ରାଟ ଲାଗି ଦାୟୀ,ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଏହି ବୈଠକରେ ନିଆଯାଇଛି। ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ଗୁପ୍ତ ରଖାଯିବା ଉଦ୍ଦେଶ୍ୟରେ ଏହାକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରାଯିବ ନାହିଁ। ଏହାକୁ କେହି ଚାହିଁଲେ ସୂଚନା ଅଧିକାର ଆଇନ ବଳରେ ହାସଲ କରିପାରିବେ ନାହିଁ।

ଏଥିସହ ଏହି ବୈଠକରେ ଶ୍ରୀମନ୍ଦିର ସଂସ୍କାର ଲାଗି ସୁପ୍ରିମକୋର୍ଟ ଦେଇଥିବା ନିୟମାବଳୀ ଉପରେ ଆଲୋଚନା ହୋଇଥିଲା। ଏହି କ୍ରମରେ ଶ୍ରୀମନ୍ଦିର ବାହାରେ ୪ଟି ହୁଣ୍ଡି ଲାଗିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଭିତର କାଠ ଓ ବାହାର କାଠ ମଧ୍ୟରେ ୨ଟି ଦାନ ବାକ୍ସ ରହିବ। ବୈଠକରେ ଶ୍ରୀମନ୍ଦିର ୧୬ପୂଜା ନୀତିରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଅନ୍ୟପକ୍ଷରେ ମୁଖ୍ୟ ପ୍ରଶାସକଙ୍କ ନିକଟକୁ ସୁପ୍ରିମକୋର୍ଟର ଆମିକସ୍‌କ୍ୟୁରି ପତ୍ର ମାଧ୍ୟମରେ ପଠାଇ ଥିବା ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.