ଡାକ୍ତରଖାନାରେ ଗୁଣିଗାରେଡ଼ି ଘଟଣା : ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପୁରୀ : ଡାକ୍ତରଖାନାରେ ଜଣେ ନାବାଳିକାକୁ ଝଡ଼ାଫୁଙ୍କା କରିବାକୁ ନେଇ ଜିଲ୍ଲାପାଳ କ୍ଷୁବ୍ଧ ହୋଇଛନ୍ତି। ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ କୁହାଯାଇଛି। ସୂଚନା ମୁତାବକ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକାକୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ଝଡ଼ାଫୁଙ୍କା କରିବା ପାଇଁ ଜଣେ ଗୁଣିଆକୁ ଡକାଯାଇଥିଲା। ଗୁଣିଆ ଜଣକ ଆସି ଡାକ୍ତରଖାନା ପରିସରରେ ନାବାଳିକାକୁ ଝଡ଼ାଫୁଙ୍କା କରିଥିଲା। ଏ ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳ ଡାକ୍ତରଙ୍କୁ ନୋଟିସ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର