ପ୍ରକାଶ ପାଇଲା ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ଉପନିର୍ବାଚନ ନିମନ୍ତେ ସୋମବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଜି ଠାରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ଚାଲିବ।

ଦାଖଲ ହୋଇଥିବା ପ୍ରାର୍ଥୀପତ୍ରଗୁଡ଼ିକୁ ଅକ୍ଟୋବର ୧ ତାରିଖ ଦିନ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ଫେରସ୍ତ ନେବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅକ୍ଟୋବର ୩ ତାରିଖ ମଧ୍ୟରେ ସେମାନଙ୍କର ପ୍ରାର୍ଥୀପତ୍ର ଫେରସ୍ତ ନେଇ ପାରିବେ।

ଅକ୍ଟୋବର ୨୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ୍‌ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର