ଏଣିକି କେବଳ କିଷାନ କଂଗ୍ରେସ

ଭୁବନେଶ୍ବର : ଏଣିକି କିଷାନ କ୍ଷେତ ମଜଦୁର କ˚ଗ୍ରେସ ସ˚ଗଠନର ନାମ ପରିବର୍ତନ କରାଯାଇ କେବଳ କିଷାନ କ˚ଗ୍ରେସ ଭାବେ ନାମିତ କରାଯାଇଛି। ଦଳର ୪ଟି ମୁଖ୍ୟ ସାମ୍ମୁଖ୍ୟ ସ˚ଗଠନ ଯଥା: ମହିଳା କ˚ଗ୍ରେସ, ଯୁବ କ˚ଗ୍ରେସ, ଛାତ୍ର କ˚ଗ୍ରେସ ଓ ସେବାଦଳ ପରି ଏହା କିଷାନ କଂଗ୍ରେସ ଭାବେ ପରିଚିତ ହେବ। ଅଖିଳ ଭାରତ କ˚ଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଏ ନେଇ ସର୍ବଭାରତୀୟ କିଷାନ କ˚ଗ୍ରେସ ଅଧ୍ୟକ୍ଷ ତଥା ସା˚ସଦ ନାନା ପାଟୋଲେ୍ ନିର୍ଦେଶ ଦେଇଛନ୍ତି। ତଦନୁଯାୟୀ ଦଳୀୟ କର୍ମକର୍ତାମାନେ କିଷାନ କ˚ଗ୍ରେସ ଭାବେ ଅଭିହିତ କରିବା ପାଇଁ ପିସିସି କିଷାନ କ˚ଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଜଣାଇଛନ୍ତି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ ପଞ୍ଚାୟତ ସ୍ତରରୁ ଏହି ସ˚ଗଠନକୁ ବ୍ୟାପକ କରିବା ପାଇଁ ଜଣେ ଜଣେ ଅଭିଜ୍ଞ କ˚ଗ୍ରେସ ପ୍ରେମୀ ଚାଷୀ ନେତାଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟର ବ୍ଳକ ଓ ପଞ୍ଚାୟତ ସ୍ତରରେ ସଭାପତି ଓ ସମ୍ପାଦକ ପଦବିରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର