ଏଣିକି ବଢ଼ିବ ତାପମାତ୍ରା

ଭୁବନେଶ୍ବର: ଏଣିକି ବଢ଼ିବ ତାପମାତ୍ରା। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆଉ ଆଗଭଳି ଜାଡ଼ ହେବ ନାହିଁ। ପାଗରେ ପରିବର୍ତନ ଘଟିବ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୦ ଡିଗ୍ରି ଟପିଯିବ। ସୂର୍ଯ୍ୟଙ୍କ ପ୍ରକୋପ ବି ବଢ଼ିବ। ରାତିର ତାପମାତ୍ରା ବି ସାମାନ୍ୟ ବଢ଼ିବ। ୧୭ ତାରିଖ ବେଳକୁ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରିରେ ପହଞ୍ଚିଯିବ। ଅନୁଗୁଳ, ଦାରିଙ୍ଗବାଡ଼ି, ଫୁଲବାଣୀ, କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଯିବ। ଆଉ ଆଗଭଳି ଥଣ୍ଡା ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଗତକାଲିଠାରୁ ଆଜି ତାପମାତ୍ରାରେ କିଛିଟା ଫରକ ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଭୁବନେଶ୍ବରରେ ଦିନର ତାପମାତ୍ରା ୧୪ ଡିଗ୍ରିରେ ପହଞ୍ଚିଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ଇତି ମଧ୍ୟରେ ପୁଣିଥରେ ୭ ଡିଗ୍ରି ପାର୍‌ ହୋଇଛି। ଅନୁଗୁଳରେ ଆଜି ବି ୮ ଡିଗ୍ରି ରହିଥିଲା। ମୋଟ ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା‌ ମିଳିଛି।

ସମ୍ବନ୍ଧିତ ଖବର