ଶ୍ରୀମନ୍ଦିର ଅଚଳାବସ୍ଥା ପ୍ରସଙ୍ଗ: ଗୃହ କମିଟି ଗଠନ ଦାବି କଲେ ନରସିଂହ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦେଖାଦେଇଥିବା ଅଚଳାବସ୍ଥାର ନିରପେକ୍ଷ ତଦନ୍ତ ହେବା ଦରକାର। ବାଚସ୍ପତି ତୁରନ୍ତ ଗୃହ କମିଟି ଗଠନ କରନ୍ତୁ। ଆଜି ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏଭଳି ଦାବି ରଖିଥିଲେ। ଶ୍ରୀ ମିଶ୍ର କହିଥିଲେ, ହାଇକୋର୍ଟ ଗତକାଲି ଯେଉଁ ରାୟ ଦେଇଛନ୍ତି ତାହା ଘଟଣାକୁ ଆହୁରି ଖରାପ ସ୍ଥିତିକୁ ଟାଣି ନେବା ଭଳି ମନେ ହେଉଛି। ହାଇକୋର୍ଟ କହିଛନ୍ତି, ତାଙ୍କ ରାୟକୁ ଠିକ୍‌ ଭାବେ ତର୍ଜମା କରାଯାଇନାହିଁ। ଏଣେ ଯେଉଁ ଅଭାବନୀୟ ଘଟଣା ଘଟିଲା ସେଥିରେ ସେବାୟତ ପ୍ରଶାସନକୁ ଦାୟୀ କରୁଛନ୍ତି ଏବଂ ପ୍ରଶାସନ ସେବାୟତଙ୍କୁ। ଏଭଳି ପରିସ୍ଥିତିରେ ନିର୍ଦିଷ୍ଟ କେଉଁ କାରଣ ଯୋଗୁଁ ଏଭଳି ଘଟଣା ଘଟିଲା ତାର ତଦନ୍ତ ହେବା ଦରକାର। ଗୃହ କମିଟି ହିଁ କେବଳ ଏହାର ନିରପେକ୍ଷ ତଦନ୍ତ କରିପାରିବ। ଫଳରେ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେବନାହିଁ।

ସମ୍ବନ୍ଧିତ ଖବର