ଗଣ ପର୍ବ ‘ନୂଆଁଖାଇ’ ପାଇଁ ଲଗ୍ନ ସ୍ଥିର, ୧୪ରେ ତୁଳା ଲଗ୍ନରେ ଲାଗିବ ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଇଁ ସୋମବାର ଲଗ୍ନ ସ୍ଥିର ହୋଇଛି। ଆଉ ୧୦ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୪ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗିବ। ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଏହି ନବ୍ନାନ ହେବ। ଏଥି ପାଇଁ ସମୟ ନିର୍ଘଣ୍ଟ ସେପ୍ଟେମ୍ବର ୧୪ ପୂର୍ବାହ୍ନ ୮ଟା ୧୦ରୁ ୮ଟା ୪୦ ରଖାଯାଇଛି।

କୃଷି ଭିତ୍ତିକ ପର୍ବ ‘ନୂଆଁଖାଇ’ ଶ୍ରୀ ସମ୍ବତ ୨୦୭୫, ଶକାଦ୍ଦ, ୧୯୪୦ ସିଂହ ୨୯ ଦିନ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ସେପ୍ଟେମ୍ବର ୧୪ (ଶୁକ୍ରବାର) ପ୍ରଶସ୍ତ ତୁଳା ଲଗ୍ନରେ ତଥା ଅମୃତ ସମୟରେ ପୂର୍ବାହ୍ନ ୮ଟା ୧୦ ରୁ ୮ଟା ୪୦ ମଧ୍ୟରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନବାନ୍ନ ଲାଗି ହେବ ବୋଲି ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସୋମବାର ସୂଚନା ଦେଇଛି।

ଲଗ୍ନ ନିର୍ଦ୍ଧାରଣ ସମୟରେ କମିଟିର ପଣ୍ଡିତ ଅମରନାଥ ମିଶ୍ର, ପଣ୍ଡିତ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର, ମହେନ୍ଦ୍ର ପୂଜାରୀ, ପଣ୍ଡିତ କମଳାକାନ୍ତ ମିଶ୍ର, ଶୈଳେନ୍ଦ୍ର ପୂଜାହାରୀ, ପଣ୍ଡିତ ସୁରେଶ ଚନ୍ଦ୍ର ହୋତା, ପଣ୍ଡିତ ଗୋପୀନାଥ ପଣ୍ଡା, ଶ୍ରୀ କୃଷ୍ଣ ପାଣିଗ୍ରାହୀ, ଶ୍ରୀ କୁମାର ମିଶ୍ର, ସୁଶାନ୍ତ ପୁରୋହିତ, ପ୍ରାଣ ରଂଜନ ପଣ୍ଡା ଆଦି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର