ମହିଳାମାନେ ପରିବାରକୁ ନିଶାମୁକ୍ତ କରିବା ଦାୟିତ୍ୱ ନିଅନ୍ତୁ: ସୌମ୍ୟ

ପତ୍ରାପାଲିରେ ନୂଆଁଖାଇ ଭେଟ୍‌ଘାଟ ଓ ମହିଳା ସମାବେଶ

ଅତାବିରା : ପରିବାରକୁ ନିଶାମୁକ୍ତ କରାଯାଇପାରିଲେ ଶାନ୍ତି ଓ ସମୃଦ୍ଧିର ବାଟ ଖୋଲିବ। ଏଥିଲାଗି ମହିଳାମାନେ ଆଗେଇ ଆସିବାକୁ ‘ସମ୍ବାଦ’ ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପତ୍ରାପାଲିଠାରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍ ତଥା ମହିଳା ସମାବେଶରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ମହିଳାମାନେ ହେଉଛନ୍ତି ଅଧା ବିଶ୍ବ। ଅଧା ବିଶ୍ବକୁ ଯଦି ଛାଡ଼ି ଦିଆଯାଏ, ବିକାଶ ମୂଲ୍ୟହୀନ ହୋଇପଡ଼ିବ। ପରିବାର ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଓ ଘର ଚଳାଇବାରେ ମହିଳାମାନେ ପ୍ରମୁଖ ଭୂମିକା ନେଉଛନ୍ତି। ପରିବାରକୁ ନିଶାମୁକ୍ତ କରିବାରେ ମଧ୍ୟ ସେମାନେ ପ୍ରତ୍ୟକ୍ଷ ଦାୟିତ୍ବ ନିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେ କହିଥିଲେ, ମହିଳାମାନେ ଚାହିଲେ ସେମାନଙ୍କ ଭାଇ, ପୁଅ, ସ୍ବାମୀ ଓ ପରିବାର ସଦସ୍ୟମାନଙ୍କ ନିଶା ଅଭ୍ୟାସ କମାଇପାରିବେ। ଏହା ହେଲେ ଦୁର୍ଘଟଣା କମିବ। କାରଣ ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣାର ୩୦ ପ୍ରତିଶତ କେବଳ ନିଶାଜନିତ। ନିଶା ସେବନ କମିଲେ ଘରେ ମହିଳାମାନେ ସୁରକ୍ଷିତ ରହିପାରିବେ। ପରିବାରରେ ଶାନ୍ତି ଓ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇବ। ସବୁ କଥା ପାଇଁ ସରକାରଙ୍କ ଉପରେ ନିର୍ଭର ନ କରି ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ କାମ କରାଯାଇ ପାରିବ ବୋଲି ସେ ମତପ୍ରକାଶ କରିଥିଲେ। ଏହି ଅବସରରେ ବିଜେଡିରେ ଯୋଗ ଦେଇଥିବା ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମୀଙ୍କୁ ଶ୍ରୀ ପଟ୍ଟନାୟକ ସ୍ବାଗତ କରିଥିଲେ। ସେହି ନବାଗତ ନେତା ଓ କର୍ମୀ ଆଜିର ଏହି ବିପୁଳ ଜନସମାଗମ ଦେଖି ବିଜେଡିରେ ସେମାନଙ୍କ ଯୋଗଦାନ ନିଷ୍ପତ୍ତି ଆଦୌ ଭୁଲ୍‌ ନଥିଲା, ବରଂ ବହୁ ପୂର୍ବରୁ ସେପରି ନିଷ୍ପତ୍ତି ନେବା ଉଚିତ ଥିଲା ବୋଲି ଭାବୁଥିବେ। ଏପରି ଜନସମାଗମ ମଧ୍ୟ ମନ୍ତ୍ରୀ ଶ୍ରୀମତୀ ଛୁରିଆଙ୍କ ଆତ୍ମବିଶ୍ବାସ ବଢ଼ାଇଥିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।

ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିଶାଳ ସମାବେଶରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସା˚ସଦ ଡ. ପ୍ରଭାସ ସି˚, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ମାର୍କଫେଡ୍‌ ଅଧୢକ୍ଷ ବିଭୂଦତ୍ତ ପ୍ରଧାନ, ଅତାବିରା ବ୍ଳକ ଅଧୢକ୍ଷା ରୀତା ସାହୁ, ଭେଡେ଼ନ ବ୍ଳକ ଅଧୢକ୍ଷ ଡେ଼ାଲାମଣି କ୍ଷେତି, ବିଜେ଼ଡି ଜିଲ୍ଲା ମହିଳା ସଭାନେତ୍ରୀ ସୁଜାତା ପଣ୍ତା, ଡବ୍ଲୁଓଡିସି ସଭ୍ୟ ନାରାୟଣ ସାହୁ, ଗାଇସିଲେଟ ବ୍ଳକ ଅଧୢକ୍ଷା ମାନିନୀ ଭୋଇ, ବିକ୍ରମ ସି˚ହଦେଓ ଅତିଥି ଭାବେ ମଂଚାସୀନ ଥିଲେ। ଅତାବିରା ବିଜେଡ଼ି ବ୍ଳକ ସଭାପତି ଲମ୍ବୋଦର ମଲ୍ଲିକ, ଭେଡେ଼ନ ବ୍ଳକ ସଭାପତି ହରିଶ˚କର ବେହେରା ଅତିଥିଙ୍କୁ ଉପଢେ଼ୗକନ ଦେଇ ସ୍ବାଗତ କରିଥିଲେ। ଆନୁଷ୍ଠାନିକ ସଭା ପରେ ବରଗଡ଼ର କଳାଜୀବୀ, ବରପାଲି ମହୁଲପାଲିର ଘୁଟକା ନାଚ, ଲଚିଦା ଦର୍ଲିପାଲିର ଘୁଟକା ନାଚ, ସି˚ହପାଲି, ଅତାବିରା କୁରେଫୁଲ ସା˚ସ୍କୃତିକ ଅନୁଷ୍ଠାନ, ଡୁଙ୍ଗୁରିପାଲିର ସା˚ସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହାକୁ କ୍ରିଷ୍ଣା ଦାଶ ଓ କୈଲାସ ସେଠ ସ˚ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର