ନୂଅାଁଖାଇ ଲଗ୍ନ ନିର୍ଦ୍ଧାରିତ

ସମ୍ବଲପୁର : ଆସନ୍ତା ୧୪ ତାରିଖ ଶୁକ୍ରବାର ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ପ୍ରଶସ୍ତ ତୁଳା ଲଗ୍ନେ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି ହେବ। ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ। ସୋମବାର ଅପରାହ୍‌ଣରେ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି।

ସମ୍ବନ୍ଧିତ ଖବର