ନୂଆପଡ଼ା(ଅଶ୍ବିନୀ ପାଣିଗ୍ରାହୀ): ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଧାନକିଣା ବିଳମ୍ବରେ ଆରମ୍ଭ କରିଛନ୍ତି। ମଣ୍ଡି ଆରମ୍ଭରୁ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦେଖି ଦେଇଥିଲା। ଜିଲ୍ଲାରେ ଟୋକନ ବ୍ୟବସ୍ଥାକୁ ବନ୍ଦ କରି ପୂର୍ବ ପରି ଧାନ କିଣିବାକୁ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ନୂଆପଡ଼ା ଜିଲ୍ଲାରେ ସୋମବାର ଦିନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଆଜିକୁ ୬ ଦିନ ହେବ ଜିଲ୍ଲାରେ ୧୩ଟି ମଣ୍ଡିରୁ ମାତ୍ର ୧୦୮ ଜଣ ଚାଷୀଙ୍କଠାରୁ ୨ହଜାର ୨୫୩ .୧୩ କ୍ବିଣ୍ଟାଲ ଧାନ ଜିଲ୍ଲା ପ୍ରଶାସନ କ୍ରୟ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଗୋଟିଏ ମଧ୍ୟ୍ୟ ଏସଏଚଜି ଗ୍ରୁପ ଧାନ କ୍ରୟ କରିନାହାନ୍ତି। ୩୯ ଜଣ ଚାଷୀଙ୍କ ୨୮୭୦ ପ୍ୟାକେଟ ଧାନ ପଡିରହିଥିବା ଜଣାଯାଇଛି। ଜିଲ୍ଲା ବିଭାଗରୁ ମିଳିଥିବା ସୁଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ୨୩ ହଜାର ୫୫୯ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ କରିଥିବା ବେଳେ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୨୭୦ ଜଣ ଚାଷୀ ଟୋକନ ଦେବା ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚାଷୀଙ୍କ ନାମ ପଠାଯାଇଥିଲା, କିନ୍ତୁ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୪୫୫ ଜଣ ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଦିଆଯାଇଥିବା ଜଣାଯାଇଛି।

ଆଜି ପର୍ଯ୍ୟନ୍ତ ୧୩ଟି ମଣ୍ଡି ନୂଆପଡ଼ା, ସିଆଲଟି, ଧରମବନ୍ଧା, ମୋଟା ନୂଆପଡ଼ା, କୋଦୋମେରୀ, ସମରସିଂ, ଭଇଷାଁତାଳ ବେଲଟୁକୁରୀ, ବୁଢ଼ିପାଳି, ଭାଲେଶ୍ବର, ଖଡ଼ିଆଳ ବ୍ଳକ ବରଗାଁ, ବୋଡ଼େନ ବ୍ଳକ ଲିଟିର୍ସଗୀ, କୋମନା ବ୍ଳକ ତରବୋଡ଼, ଦୋହେଲପଡ଼ା ମଣ୍ଡିରୁ ୧୦୮ଜଣ ଚାଷୀ ଙ୍କଠାରୁ ୨ ହଜାର ୨୫୩.୧୩ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି। କିନ୍ତୁ ମୋଟ ନୂଆପଡ଼ାର ୬ ଜଣ ଚାଷୀଙ୍କ ୪୧୩ ପ୍ୟାକେଟ, ନୂଆପଡ଼ା ମଣ୍ଡିରେ ୨ ଜଣ ଚାଷୀଙ୍କ ୧୪୧ ପ୍ୟାକେଟ, ସରାବଙ୍ଗ ମଣ୍ଡିରେ ୧୪ ଜଣ ଚାଷୀଙ୍କ ୧୧୧୦ ପ୍ୟାକେଟ, ମହରାଡିହି ମଣ୍ଡିରେ ୧୭ ଜଣ ଚାଷୀଙ୍କ ୧୨୦୬ ପ୍ୟାକେଟ ଧାନ ମଣ୍ଡିରେ ଥିବା ବେଳେ ଧରମବନ୍ଧା ଓ ନୂଆପଡ଼ା ମଣ୍ଡିରେ ମିଲସ୍ ଆସିନଥିବାରୁ ଧାନ ଉଠିଲା ନାହିଁ।

Image result for paddy in odisha image source-Deccan Chronicle

ସେହିପରି ମୋଟନୂଆପଡ଼ା ,ସାରବଙ୍ଗ, ମହାରାଡିହୀ ମଣ୍ଡିରେ ଏଫଏକ୍ୟୁ ନାମର ନଥିବା ଦର୍ଶାଇ ମିଲିର୍ସ ନେଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ୧୩ ଜଣ ଏସଏଚଜି ଗ୍ରୁପମାନଙ୍କୁ ଚଳିତ ବର୍ଷ ଧାନ କ୍ରୟ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ୍ୟ ମଣ୍ଡି ଖୋଲିବାର ୬ ଦିନ ବିତିଯାଇଥିଲେ ମଧ୍ୟ୍ୟ ଏସଏଚଜି ଗ୍ରୁପମାନଙ୍କୁ ଆଜି ପର୍ଯ୍ୟନ୍ତ ଜିଲ୍ଲାପ୍ରଶାସନ ଧାନ କ୍ରୟ କରିବାକୁ ଦାୟିତ୍ବ ଦେଇନାହିଁ। ସେଥିପାଇଁ ଏସଏଚଜି ଗ୍ରୁପ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।