ନୂଆପଡ଼ା: ମହୁଲଗଛରେ ଦଉଡ଼ି ଦେଇ ପ୍ରେମିକ ପ୍ରେମିକାଙ୍କ ଆତ୍ମହତ୍ୟା

ନୂଆପଡ଼ା: ଧରମବନ୍ଧା ଥାନା ଅନ୍ତର୍ଗତ ପାଓ୍ଵାତଲା ଗାଁ ବାହାର ଧାନକ୍ଷେତ ପାଶ୍ୱରେ ଥିବା ଏକ ମହୁଲଗଛରେ ଶନିବାର-ରବିବାର ରାତିରେ ଦଉଡ଼ି ଦୁଇ ଜଣ ପ୍ରେମିକ ପ୍ରେମିକା ଆତ୍ମହତ୍ୟା କରିଛନ୍ତି।

ପ୍ରେମିକ ୨୧ ବର୍ଷିୟ ଶିବ ମାଝୀ ଓ ପ୍ରେମିକା ୧୮ ବର୍ଷିୟ ରଶିଦା ମାଝୀଙ୍କ ଘର ପାଓ୍ଵାତଲା ଗାଁ’ରେ। ଭନତ ମାଝୀଙ୍କ ପୁଅ ଶିବ ଓ ଅମର ସିଂହ ମାଝିଙ୍କ ଝିଅ ରଶିଦାଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ଥିଲା।

ସକାଳେ ସ୍ଥାନୀୟ ଲୋକେ ସେମାନଙ୍କ କ୍ଷେତକୁ ଆସିବା ବେଳେ ଉଭୟଙ୍କ ଶବ ମହୁଲଗଛରେ ଝୁଲୁଥିବା ଦେଖି ଗାଁ’ରେ ଖବର ଦେଇଥିଲେ।
କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଉଭୟଙ୍କ ଅଭିଭାବକଙ୍କୁ ଘଟନାସ୍ଥଳକୁ ଡକାଇ ଧରମବନ୍ଧା ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର