ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନୂଆପଡ଼ା ଜିଲ୍ଲାର ଗରିବ ଲୋକଙ୍କୁ ନିମ୍ନମାନର ଡ଼ାଲି ଯୋଗାଣ, ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ 

ନୂଆପଡ଼ା:  ଦେଶରେ ଲକଡାଇନ୍  ସମୟରେ  ଗରିବ ଲୋକଙ୍କ  ପାଇଁ  କେନ୍ଦ୍ର ସରକାର  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନରେ ଏପ୍ରିଲ, ମେ ଓ ଜୁନ ମାସରେ  ଜିଲ୍ଲାରେ ସମସ୍ତ କାର୍ଡଧାରୀ ଗରିବ ପରିବାରଙ୍କୁ  ୩ କେଜି  ହରଡ଼ ଡାଲି  ଦେବାକୁ  ସରକାର ଘୋଷଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ  ୫ ହଜାର ୮୧  କ୍ବିଣ୍ଟାଲ  ହରଡ଼ ଡାଲି  ଆବଶ୍ୟକ ଥିବା ବେଳେ  ୧୮ ତାରିଖ ସୁଦ୍ଧା ଜିଲ୍ଲାକୁ  ୨ହଜାର ୨୨୫ କ୍ବିଣ୍ଟାଲ ଡାଲି  ପହଞ୍ଚିଛି। ବାକି ୨ ହଜାର ୮୫୮ କ୍ବିଣ୍ଟାଲ ହରଡ଼ ଡାଲି ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ନାହିଁ।

ଜିଲ୍ଲାରେ ଗରିବମାନଙ୍କୁ ଦିଆଯାଇଥିବା ୨ହଜାର ୨୨୫ କ୍ବିଣ୍ଟାଲ ଡାଲି ଅତି ନିମ୍ନମାନର ବୋଲି ହିତାଧିକାରୀମାନେ  ଅଭିଯୋଗ କରିଛନ୍ତି। ଏହାଫଳରେ  ସାଧାରଣରେ  ଅସନ୍ତୋଷ ଦେଖାଦେଇଛି।  ଏହା ଜଣାଯିବା ପରେ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଏଥିନେଇ ଏକ କମିଟି ଗଠନ କରି ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ନୂଆପଡ଼ା ଜିଲ୍ଲା ଯୋଗାଣ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର କୋଭିଡ-୧୯ର  ସଂକ୍ରମଣ ରୋକିବା ପାଇଁ  ଦେଶରେ ଲକଡାଉନ କରିଥିଲେ। ଏହି ସମୟରେ ଗରିବ ଲୋକଙ୍କୁ  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ  ଗତ ୧୧ ତାରିଖ ଦିନ  ଓଡ଼ିଶା ଏହି ଯୋଜନା ଲାଗୁ କରିବା ପାଇଁ ଜିଲ୍ଲା ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ  ଦେଇଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଚାଉଳ ଯୋଗାଇ ଦେଇଥିବା ବେଳେ  ଜିଲ୍ଲାରେ ଠିକ୍ ଭାବରେ ଡାଲି  ଦିଆଯାଇ ନାହିଁ। ଜିଲ୍ଲାର ବୋଡ଼େନ ବ୍ଳକରେ  ୭୩୩.୮ କ୍ବିଣ୍ଟାଲ ଆବଶ୍ୟକ ଥିବା ବେଳେ ଆଜି ପର୍ଯ୍ୟନ୍ତ ୧୧୩.୧୩ କ୍ବିଣ୍ଟାଲ ଡାଲି ହିତାଧିକାରୀଙ୍କୁ ଦିଆଯାଇଛି।

ସେପରି  ଖଡ଼ିଆଳ ବ୍ଳକରେ ୯୦୬.୮୭ କ୍ବିଣ୍ଟାଲରୁ ୩୨୩.୭୦ କ୍ବିଣ୍ଟାଲ ଦିଆଯାଇଛି। ଖଡ଼ିଆଳ ଏନଏସିରେ ୮୦.୫୫ କ୍ବିଣ୍ଟାଲରୁ ୭୯.୬୮ କ୍ବିଣ୍ଟାଲ ଡାଲି ଦିଆଯାଇଛି।  ଖରିଆର ରୋଡ଼ ଏନଏସି ରେ ୧୦୦.୪୭ କ୍ବିଣ୍ଟାଲରୁ ୧୦୦.୩୨ କ୍ବିଣ୍ଟାଲ ଡାଲି ଦିଆଯାଇଛି।  ନୂଆପଡ଼ା ଏନଏସି ୭୮.୯୬ କ୍ବିଣ୍ଟାଲରୁ ୭୮.୯୦ ଡାଲି ଦିଆଯାଇଛି। କୋମନା ବ୍ଳକରେ ୧ ହଜାର୧୮୭.୬୭ କ୍ବିଣ୍ଟାଲ ଟାର୍ଗେଟରୁ  ୫୩୪.୪୪ କ୍ବଣ୍ଟାଲ ଦିଆଯାଇଛି।  ନୂଆପଡ଼ା ବ୍ଳକରେ ୧ ହଜାର୧୬.୮୫ କ୍ବିଣ୍ଟାଲ ଟାର୍ଗେଟରୁ ୮୯୭.୭୮ କ୍ବିଣ୍ଟାଲ ଦିଆଯାଇଛି।   ସିନାପାଲି ବ୍ଳକରେ  ୯୭୭.୭ କ୍ବିଣ୍ଟାଲ ଟାର୍ଗେଟରୁ ୯୬.୬୦ କ୍ବିଣ୍ଟାଲ  ଡାଲି ହିତାଧିକାରୀମାନଙ୍କୁ ଦିଆଯାଇଛି । ସିନାପାଲି ଓ ବୋଡ଼େନ  ବ୍ଳକରେ   ଅଧିକାଂଶ ହିତାଧିକାରୀ ଡାଲି ପାଇନଥିବା  ଜଣାପଡ଼ିଛି।

ଜିଲ୍ଲାରେ  ୨ହଜାର ୨୨୫ କ୍ବିଣ୍ଟାଲ  ହରଡ଼ ଡାଲି  ଅତି ନିମ୍ନମାନର ହୋଇଥିବାରୁ ହିତାଧିକାରୀମାନେ ଖାଇପାରୁ ନାହନ୍ତି। ଏହାଫଳରେ  ଜିଲ୍ଲାରେ କ୍ବିଣ୍ଟାଲ କ୍ବିଣ୍ଟାଲ ଡାଲି  ନଷ୍ଟ  ହୋଇଛି।   ଜିଲ୍ଲାରେ ଦ୍ବତୀୟ ପର୍ଯ୍ୟୟରେ  ୨୮୫୬ କ୍ବିଣ୍ଟାଲ ଡାଲି  ଭଲ ମାନର  ଆଣିବାକୁ  ହିତାଧିକାରୀ  ଅନୁରୋଧ କରିଛନ୍ତି।  ଏହା ଉପରେ ନୂଆପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ  ଥଣ୍ଡୁରାମ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜିଲ୍ଲାରୁ ୨ହଜାର ୨୨୫ କ୍ବିଣ୍ଟାଲ ଡାଲି  ପହଞ୍ଚିଥିଲା।  ସରକାର ଜିଲ୍ଲାକୁ ଯେଉଁ ପ୍ରକାର ଡାଲି ଦେଇଛନ୍ତି, ହିତାଧିକାରୀଙ୍କୁ ସେହି ଡାଲି ଦିଆଯାଇଛି।

 

ସମ୍ବନ୍ଧିତ ଖବର