କରୋନା ପାଇଁ ତୃତୀୟ ଦିନରେ ନୂଆପଡ଼ା ଜିଲ୍ଲାର ଅଧିକାଂଶ ଦୋକାନ ବନ୍ଦ, ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ

ଜିଲ୍ଲାକୁ ଫେରିଛନ୍ତି ୧୪୫୬ ଦାଦନ ଶ୍ରମିକ

ନୂଆପଡ଼ା: ଆଜି ନୂଆପଡ଼ା ଜିଲ୍ଲାରେ ଆବଶ୍ୟକ ଦୋକାନ ଖୋଲା ଥିବା ବେଳେ ବାକି ସବୁ ଦୋକାନ ସଂପୁର୍ଣ୍ଣ ଭାବେ ବନ୍ଦ ରହିଛି। ଆଜି ନୂଆପଡ଼ା ଜିଲ୍ଲାବାସୀ କିପରି କରୋନା ସଂକ୍ରମଣରୁ ରକ୍ଷା ପାଇବାପାଇଁ ଜିଲ୍ଲାପ୍ରଶାସନର ନିୟମକୁ ସମର୍ଥନ କରିଥିବା ଦେଖିବାକୁ ମିଳୁଛି। ଆଜି ନୂଆପଡ଼ା ସଦର ବ୍ଳକରେ ସପ୍ତାହ ବଜାର, ଔଷଧ, ସଉଦା ଦୋକାନ, ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ୍ ଦୋକାନ ସହ ପେଟ୍ରୋଲ ପମ୍ପ, ଡାକ୍ତରଖାନା ସହ ଅବଶ୍ୟକ ଦୋକାନ ଖୋଲା ରହିଛି। ଅନ୍ୟ ସବୁ ଦୋକାନ ବନ୍ଦ ସଂପୂର୍ଣ୍ଣ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ନିର୍ଦେଶରେ ସଂପୂର୍ଣ୍ଣ ବସ ଚଳାଚଳ ବନ୍ଦ
ରହିଛି।

ସେପରି ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗଠାରୁ ମିଳିଥିବା ଖବର ଅନୁଯାୟୀ, ଜିଲ୍ଲାରେ ବର୍ତ୍ତମାନ ୧୪୫୬ ଜଣ ଦାଦନ ଶ୍ରମିକ ନିଜ ଘରକୁ ଫେରିଛନ୍ତି। ସେମାନଙ୍କ ଭିତରୁ ଖଡ଼ିଆଳ ବ୍ଳକରେ ୪୯୩, ଖଡ଼ିଆର ରୋଡ଼ରେ ୧୩୫, କୋମନା ବ୍ଳକରେ ୩୦୬, ସିନାପାଳି ବ୍ଳକରେ ୧୪୧, ବୋଡ଼େନ ବ୍ଳକରେ ୩୮୧ ଜଣ ଶ୍ରମିକ ଘରକୁ ଫେରିଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ବାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ସତର୍କ ରହି ନଜର ରଖିବା ସହ ସଚେତନ ହେବାକୁ ବାରମ୍ବାର କହୁଛନ୍ତି।

ସମ୍ବନ୍ଧିତ ଖବର