ନୂଆପଡ଼ା: ଭାଲୁ ରାମ୍ପୁଡ଼ାରେ ଦୁଇ ଯୁବକ କ୍ଷତାକ୍ତ

ନୂଆପଡ଼ା: ରବିବାର ସକାଳେ ବଡ଼ଡଙ୍ଗରି ଜଙ୍ଗଲରୁ କେନ୍ଦୁପତ୍ର ତୋଳୁଥିବା ଦୁଇ ଜଣ ଯୁବକଙ୍କୁ ଗୋଟାଏ ଭାଲୁ ରାମ୍ପୁଡ଼ି ପକାଇଛି।

ସକାଳ ପ୍ରାୟ ୮ଟା ବେଳେ ଲଖନ ଥାନା ଅନ୍ତର୍ଗତ ସମରସିଂ ଗ୍ରାମର ଦୁଇ ଯୁବକ ବସନ୍ତ ମାଝୀ ଓ ଶୋଭା ଗୌଡ଼ ବଣରେ କେନ୍ଦୁପତ୍ର ତୋଳୁଥିବା ବେଳେ ଅଚାନକ ସେମାନଙ୍କ ଆଗରେ ଉଭା ହୋଇଥିଲା। ସେ କାଳିଆ ଭାଲୁଟି ପ୍ରଥମେ ବସନ୍ତଙ୍କ ହାତରେ ଥାବା ମାରି କ୍ଷତାକ୍ତ କରିଥିଲା। ଭାଲୁ କବଳରୁ ବସନ୍ତଙ୍କୁ ରକ୍ଷା କରିବାକୁ ଶୋଭା ଧାଇଁ ଯାଇ ଟଣା ଓଟରା କରିବାରୁ ଭାଲୁଟି ନିଜ ଗୋଡ଼ ଥାବାରେ ତାଙ୍କୁ ମଧ୍ୟ ରାମ୍ପୁଡ଼ି ପକାଇଥିଲା। ଦୁହେଁ ହାତରେ ଧରିଥିବା ବାଡ଼ି ଆଦିରେ ଭାଲୁଟିକୁ ମାର୍‌ଧର କରିବା ସହ ଚିତ୍କାର ଚିତ୍କାର କରିଥିଲେ। ଆଖପାଖରେ ଅନ୍ୟ କେତେକ କେନ୍ଦୁପତ୍ର ତୋଳାଳି ଥିଲେ ମଧ୍ୟ ସେମାନେ ସହାୟତା କରିବାକୁ ଆସି ନ ଥିଲେ ବୋଲି ସେମାନେ କହୁଛନ୍ତି। କିନ୍ତୁ, ଆକ୍ରମଣକାରୀ ଭାଲୁଟି ଭୟରେ ସେଠାରୁ ଚାଲିଯାଇଥିଲା।

ଘଟଣାସ୍ଥଳର ଅଦୂରରେ ଅନ୍ୟ ଦୁଇଟି ଭାଲୁ ଦେଖି ଦୁହେଁ ବଣରୁ ଦୌଡ଼ି ପଳାଇ ଆସିଥିଳେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସେମାନେ ଚିକିତ୍ସିତ ହୋଇଛନ୍ତି।

ସମ୍ବନ୍ଧିତ ଖବର