ନୂଆପଡ଼ା ଏନ୍‌ଏସି ନିର୍ବାଚନୀ ମାମଲା: ପୂର୍ଣ୍ଣାଙ୍ଗ ଶୁଣାଣି ଏପ୍ରିଲ ୨୪ରେ, ରହିତାଦେଶ ବଳବତ୍ତର

କଟକ: ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଂଘନ ହୋଇଥିବା ଦର୍ଶାଇ ହାଇକୋର୍ଟରେ ରୁଜୁ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଏପ୍ରିଲ ୨୪ରେ ହେବ। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ୨୦୧୮, ମାର୍ଚ୍ଚ ୬ ତାରିଖରେ ନୂଆପଡା ଏନ୍‌ଏସିର ନିର୍ବାଚନ ଉପରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅତାବିରା ଓ ହିନ୍ଦୋଳ ଏନଏସିର ନିର୍ବାଚନ ସଂପର୍କିତ ମାମଲାର ମଧ୍ୟ ଏକତ୍ର ଶୁଣାଣି ହେବ। ଏ ସମସ୍ତ ମାମଲାରେ ରାଜ୍ୟ ସରକାର ଓ ନିର୍ବାଚନ କମିସନ୍‌ ଜବାବ ଦାଖଲ କରି ସାରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ଓ ନିର୍ବାଚନ କମିସନଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର