ବେଙ୍ଗାଲୁରୁରେ ‘ନୂତନ ଓଡ଼ିଶା ଚିନ୍ତନ ସମ୍ମିଳନୀ’

ଭୁବନେଶ୍ବର : ବେଙ୍ଗାଲୁରୁରେ ଗଠିତ ଓଡ଼ିଆ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ଦ୍ୱାରା ଗଠିତ ଆସ୍ଥା ଫାଉଣ୍ଡେସନ୍‌ ପକ୍ଷରୁ ‘ନୂତନ ଓଡ଼ିଶା ଚି଼ନ୍ତନ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାର ରଖିବା ପାଇଁ ବିଜୁ ଜନତା ଦଳର ମୁଖ୍ୟ ସଚେତକ ତଥା ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥୀ, ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭ୍ୟ ତଥା ପ୍ରାକ୍ତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ଓ ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଉପସ୍ଥିତ ରହି ଓଡ଼ିଶାର ବିକାଶ ସମ୍ପର୍କରେ ସେମାନଙ୍କର ମତ ରଖିଥିଲେ ।

ସମ୍ମିଳନୀରେ ଶ୍ରୀ ଶତପଥୀ କହିଥିଲେ ଯେ, ବିଜେଡି ସରକାର ଅମଳରେ ଓଡ଼ିଶାର ଯଥେଷ୍ଟ ବିକାଶ ହୋଇଛି। ତେବେ ଆହୁରି ଅନେକ କାମ କରିବାକୁ ବାକି ଅଛି। ଶ୍ରୀ ଷଡ଼ଙ୍ଗୀ, କେନ୍ଦ୍ରରୁ ଆସିଥିବା ଅର୍ଥର ସଦୁପଯୋଗ ହୋଇପାରୁ ନାହଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶ୍ର ସ୍ୱାଇଁ, ସୁଶାସନ ଅଭାବରୁ ଓଡ଼ିଶାର ସମୃଦ୍ଧି ଆସିପାରୁ ନାହିଁ ବୋଲି ମତ ଦେଇଥିଲା। ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଷ୍ଟାଲିନ ମିଶ୍ର ସଭାପତିତ୍ୱ କରିଥିଲେ। ଅନ୍ୟାନ୍ୟମାନଙ୍କ ମଧ୍ୟରେ ଇଂ ସୁନୀଲ ବେହେରା, ସରୋଜ ପରିଡ଼ା, ଇଂ ଧର୍ମେନ୍ଦ୍ର ସାମଲ, ଇଂ ଶର୍ମିଳା ମଂଗରାଜ, ଇଂ ପ୍ରଣୟ ପଣ୍ଡା, ଇଂ ପ୍ରମୋଦ ଶର୍ମା ଏବଂ ଆସ୍ଥା ଫାଉଣ୍ଡେସନ୍‌ର ଟ୍ରଷ୍ଟ ବୋର୍ଡର ସଭ୍ୟ ଡ. ଗୌରୀଶଙ୍କର ପଟ୍ଟନାୟକ, ଇଂ ବୁଲେନ ମିଶ୍ର ଓ ଉମାକାନ୍ତ ଶତପଥୀ, ସନ୍ଦୀପ ମହାନ୍ତି, ଅନୁପ ସାହୁ, ମାନସ ରଂଜନ ବିଷୋୟୀ, ସୁମନ୍ତ ସାହୁ, ସିଦ୍ଧାର୍ଥ ପାତ୍ର, ସରୋଜ ପରିଡ଼ା ଓ ଶ୍ରୀ ଜୀବନ ପ୍ରମୁଖ ଅୟୋଜନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର