୯ଟି ଗାଡ଼ି ପୋଡ଼ିଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ବସ୍ତର ଅଂଚଳରେ ରାସ୍ତା କାମରେ ନିୟୋଜିତ ଥିବା ୯ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ। ସୂଚନା ଅନୁଯାୟୀ ମାରଡୁମ ଥାନା ଅନ୍ତର୍ଗତ ଅମଲିଧର ଓ ପିଚିଗୋଡେର ଅଂଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସଶସ୍ତ୍ର ନକ୍ସଲ ଠିକା କ୍ୟାମ୍ପରେ ପହଞ୍ଚି  ଶ୍ରମିକଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ। ପରେ   ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଲାଗିଥିବା ସମସ୍ତ ୯ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ପ୍ରକାଶଥାଉକି ମାଲକାନଗିରି ଏବଂ ପଡୋଶୀ ଛତିଶଗଡରେ ରାସ୍ତା କାମକୁ ବିରୋଧ  ଦୁଇ ମାସ ମଧ୍ୟରେ ୨୦୦ରୁ ଉର୍ଦ୍ଧ୍ୱ ଗାଡି ନକ୍ସଲ ନିଆଁ ଲଗାଇ ପୋଡି ସାରିଲେଣି।

ସମ୍ବନ୍ଧିତ ଖବର