୫ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସର୍ତମୂଳକ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ଲୋକସେବା କମିସନଙ୍କ ପରାମର୍ଶ କ୍ରମେ ସୁପରଟାଇମ୍‌ ସ୍କେଲ୍‌ରେ ଥିବା ୫ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସୁପରିୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌(ଏସ୍‌ଏଜି)କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ପଦୋନ୍ନତି ପାଇଥିବା ବରିଷ୍ଠ ଓଏଏସ୍‌ ଅଧିକାରୀମାନେ ହେଉଛନ୍ତି ଓଡ଼ିଶା ଖାଦ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ ପ୍ରଦୀପ କୁମାର ଗରଡ଼ିଆ, ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ଗଙ୍ଗାଧର ନାୟକ, ମାଲକାନଗିରି ଏଡିଏମ୍‌ ବିଶ୍ୱନାଥ ବାରିକ, ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅମରସିଂହ ସୋରେନ୍‌ ଓ କୃଷି ବିଭାଗର ଯୁଗ୍ମ ସଚିବ ଡ. ଦୁର୍ବାଦଳ ମେହେର। ପଦୋନ୍ନତି ପାଇଥିଲେ ବି ସେମାନେ ନିଜ ନିଜ ପଦବିରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର