ଜାତିସଂଘର ସହକାରୀ ମହାସଚିବ ସ୍ତରକୁ ଉନ୍ନୀତ ହେଲେ ଓଡ଼ିଆ ପରିବେଶବିତ ସତ୍ୟ ତ୍ରିପାଠୀ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତିସଂଘର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଉନ୍ନୀତ ହୋଇଛନ୍ତି ଜଣେ ଓଡ଼ିଆ । ବିକାଶ ଓ  ପରିବେଶ ବିଶେଷଜ୍ଞ ସତ୍ୟ ସୁନ୍ଦର ତ୍ରିପାଠୀ  ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ନ୍ୟୁୟର୍କଠାରେ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ମୁଖ୍ୟ ରହିବେ । ଗତ କାଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗେ୍ଵଟ୍ରାସଙ୍କ କାର୍ଯ୍ୟାଳୟରୁ ଏ ସଂପର୍କରେ ଘୋଷଣା କରାଯାଇଛି ।

ଶ୍ରୀ ତ୍ରିପାଠୀଙ୍କୁ ମିଶାଇ ଏବେ ଜାତିସଂଘରେ ୩ ଜଣ ଭାରତୀୟ ବିଭିନ୍ନ ବରିଷ୍ଠ ପଦବୀରେ ରହିଛନ୍ତି । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ଓ ପରେ ଆଇନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଶ୍ରୀ ତ୍ରିପାଠୀ ଗତ ୨୦ ବର୍ଷ ହେଲା ଜାତିସଂଘର ବିଭିନ୍ନ କ୍ଷେତ୍ର ଯଥା ପରିବେଶ, ମାନବ ଅଧିକାର ଓ ନିରନ୍ତର ବିକାଶ କ୍ଷେତ୍ରରେ କାମ କରିଛନ୍ତି । ଏହି ପଦୋନ୍ନତି ପାଇଁ ଶ୍ରୀ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର