ଗୁଗୁଲର ବାର୍ଷିକ ଡେଭଲପର୍ସ ସମ୍ମିଳନୀରେ ପହଞ୍ଚିଲେ ଓଡ଼ିଆ ଛାତ୍ର

ଭୁବନେଶ୍ୱର: ଓ଼ଡିଆ ପୁଅ ସୌମ୍ୟ ରଂଜନ ବେହେରା ଗୁଗୁଲର ଆନୁଆଲ୍‌ ଡେଭେଲପର୍‌ କନ୍‌ଫରେନ୍ସ, ଗୁଗୁଲ ଆଇ/ଓ ୨୦୧୮ ରେ ଯୋଗଦେଇଛନ୍ତି ଓ ବିଶ୍ୱର ବିଶିଷ୍ଠ ଡେଭଲପର ମାନଙ୍କଠାରୁ ଶିଖିବାର ସୁଯୋଗ ପାଇଛନ୍ତି । ଏହି କନଫରେନ୍ସ ଆମେରିକାର କାଲିଫର୍ଣ୍ଣିଆ ମାଉଣ୍ଟେନ୍‌ ଭ୍ୟୁରେ ଚଳିତ ମାସ ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହୋଇଥିବାବେଳେ ସୌମ୍ୟ ଗୁଗୁଲ ଉଡ଼ାସିଟି ସ୍କଲାରସିପ୍‌ ଅଧିନରେ ଭାରତର ଫ୍ରଣ୍ଟ ଏଣ୍ଡ ଡ଼େଭଲପର୍ସ ପାଇଁ ନାମାଙ୍କନ କରିଥିଲେ ।

ସୌମ୍ୟ ହେଉଛନ୍ତି ଭୁବନେଶ୍ୱରସ୍ଥିତ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ କମ୍ପୁଟର ସାଇନ୍ସ ବିଭାଗର ଛାତ୍ର। ଗୁଗୁଲ ଆଇ/ଓ କନ୍‌ଫରେନ୍ସରେ ବିଲ୍ଡିଂ ୱେବ୍‌, ମୋବାଇଲ୍‌ ଓ ଏଣ୍ଟରପ୍ରାଇଜେସ୍‌ ଆପ୍ଲିକେସନ୍‌ ସହିତ ଗୁଗୁଲ ଓ ଓପନ ସୋର୍ସ ପ୍ଲାଟଫର୍ମ୍‌ ଯେପରିକି, ଆଣ୍ଡ୍ରଏଡ୍‌, କ୍ରୋମ୍‌ ଓ କ୍ରୋମ୍‌ ଓଏସ୍‌, ଏପିଆଇ, ଗୁଗୁଲ୍‌ ୱେବ୍‌ ଟୁଲ୍‌ କିଟ୍‌, ଆପ୍‌ ଇିନ ଆଦି ପ୍ରଯୁକ୍ତି ବିଦ୍ୟାକୁ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୌମ୍ୟ କହିଛନ୍ତି ଯେ, ଗୁଗୁଲ ଉଡାସିଟି ମୋର ନୂତନ ଆବିଷ୍କାର କରିବାର ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଛି । ଉଡାସିଟିର ପ୍ରଶିକ୍ଷକ ଜେମ୍ସ ଓ ଜୁଲିଆ ମୋର ତୃଟିଗୁଡ଼ିକୁ ସଂଶୋଧନ କରି ଏହାକୁ ଉତ୍ତମଭାବେ ମୋତେ ବୁଝାଇଛନ୍ତି ।

ସମ୍ବନ୍ଧିତ ଖବର